ସର୍ବସାଧାରଣ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍‌ଘାଟନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା ‘ଅମୃତ ଉଦ୍ୟାନ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଅମୃତ ଉଦ୍ୟାନ’ ପରିଦର୍ଶନ କରିଥିଲେ। ଏଠାରେ ଲାଗିଥିବା ଫୁଲ ଦେଖି ଉପଭୋଗ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ। ଏହି ସୌନ୍ଦର୍ଯ୍ୟଭରା ଉଦ୍ୟାନକୁ ପ୍ରତିବର୍ଷ ଗୋଟିଏ ଥର ସର୍ବସାଧାରଣଙ୍କ ପାଇଁ ଖୋଲାଯାଏ। କିନ୍ତୁ ଏଥର ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ୩୧ ଜାନୁଆରୀ ରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ। ଏହି ଉଦ୍ୟାନ ସକାଳ ୧୦ ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ପ୍ରତ୍ୟେକ ସୋମବାର ଅମୃତ ଉଦ୍ୟାନ ବନ୍ଦ ରହିବ ବୋଲି ରବିବାର ରାଷ୍ଟ୍ରପତି ଭବନରୁ ଜାରି ବିବୃତିରେ କୁହାଯାଇଛି। ତେବେ ମାର୍ଚ୍ଚ ୨୮ରୁ ୩୧ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ଏହା ଖୋଲା ରହିବ । ତେବେ କୃଷକଙ୍କ ପାଇଁ ମାର୍ଚ୍ଚ ୨୮ରେ ଭିନ୍ନକ୍ଷମଙ୍କ ପାଇଁ ୨୯ରେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଓ ପୁଲିସ ପାଇଁ ୩୦ରେ ଏବଂ ଆଦିବାସୀ ମହିଳାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ସମେତ ମହିଳାଙ୍କ ପାଇଁ ମାର୍ଚ୍ଚ ୩୧ରେ ଖୋଲା ରହିବ। କେନ୍ଦ୍ର ସରକାର ଶନିବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ ଅମୃତ ଉଦ୍ୟାନ ରଖିଥିଲେ। ଭାରତ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ‘ଅମୃତ ମହୋତ୍ସବ’ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରିଛନ୍ତି । ଏବେ ମୋଗଲ ଗାର୍ଡେନ ‘ଅମୃତ ଉଦ୍ୟାନ’ ନାମରେ ପରିଚିତ  ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.