ତୃତୀୟ ପର୍ଯ୍ୟାୟ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କ ତ୍ରି- ଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତା ରେ ତଥା ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକ ର ମଦନପୁର, ଗୋଛାଦେଙ୍ଗେନ ଓ ଡ. କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ମାନଙ୍କୁ ନେଇ ତ୍ରୀ -ଦିବସୀୟ ପ୍ରାରମ୍ଭିକ ତାଲିମ କାର୍ଯ୍ୟକ୍ରମ କୁ ମଦନପୁର ରାମପୁର ସରପଞ୍ଚ ବୀଣା ପାଣି ସାହୁ ଉଦଘାଟନ କରିଥିଲେ । ମହାଶକ୍ତି ଫାଉଣ୍ଡେସନ ର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ତିନି ଦିନିଆ ତାଲିମର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ତାଲିମଦାତା ବିମଳ ବାଗ ଓ କୀର୍ତ୍ତନ ନାଏକ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତରେ ୱାର୍ଡ ମେମ୍ବର ମାନଙ୍କ ଭୂମିକା, ଦାୟିତ୍ଵ, କର୍ତ୍ତବ୍ୟ ଓ ବିଭିନ୍ନ ସରକାରୀ ଯୋଜନା, ପଲ୍ଲୀ ସଭା, ଗ୍ରାମ ସଭା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ତୃତୀୟ ଦିନରେ ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମକୁ କ୍ଷେତ୍ର ପରିଦର୍ଶନ ପାଇଁ 5T ସ୍କୁଲ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରାଜିବବୋଲି ଆୟୋଜକ ଅନୁଷ୍ଠାନର ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ବାଚିତ ହୋଇଥିବା ପଂଚାୟତରାଜ ପ୍ରତିନିଧିଙ୍କ ଜ୍ଞାନ ଓ କୌଶଳର ବୃଦ୍ଧି ପାଇଁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିଲା । ତାଲିମାର୍ଥିଙ୍କୁ ଦିୟିତ୍ଵ, କର୍ତ୍ତବ୍ୟ ଓ ୱାର୍ଡ ଏବଂ ଗ୍ରାମପଞ୍ଚାୟତ ବିକାଶ ରେ ସେମାନଙ୍କ ଭୂମିକା ବିଷୟରେ ସୂଚନା ଦେଇଥିଲେ। ଆୟୋଜକ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିବା ବେଳେ ସଂଯୋଜିକା ମମିତା ପୁଝାରୀ , ଉତ୍କଳମଣି ଛତ୍ରିଆ ଓ ବଂଶୀଧର ରଣା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.