ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କଲେ ଅର୍ଥ ମନ୍ତ୍ରୀ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ପାନ କାର୍ଡକୁ ନେଇ କେନ୍ଦ୍ର ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏବେ ପାନ କାର୍ଡ ହିଁ ହେବ ସରକାରୀ ଏଜେନ୍ସ ପାଇଁ ପରିଚୟ ପତ୍ର । ଏ ନେଇ ବଜେଟରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅର୍ଥ ମନ୍ତ୍ରୀ କହିଛନ୍ତି, କେୱାଇସି ପ୍ରକ୍ରିୟାକୁ ଆହୁରି ସରଳୀକରଣ କରାଯିବ । ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ୭ଟି ଜିନିଷକୁ ଗୁରୁତ୍ୱ ଦେଇଛନ୍ତି ଯାହାକୁ ସପ୍ତର୍ଷି ଉପରେ ଆଧାରିତ କରାଯାଇଛି ।ଏବେ ବ୍ୟାଙ୍କରେ ପାସବୁକ ଖୋଲିବା ପାଇଁ ପାନ କାର୍ଡର ଆବଶ୍ୟକତା ପଡୁଥିଲା ।  ହେଲେ ଏବେ ଏହାର ଆବଶ୍ୟକତା ବଢିଯିବ ।

ଏଠି କହିରଖିବୁ, ପାନ କାର୍ଡର ନମ୍ବର  ଆଲ୍ଫା ଏବଂ ନ୍ୟୁମରିକ ମିଶି ପ୍ରସ୍ତୁତ ହୋଇଥାଏ । ପ୍ରତ୍ୟେକ କାର୍ଡରେ ଭିନ୍ନ ଭିନ୍ନ ନମ୍ବର ଥାଏ । ଏହି ନମ୍ବର ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥାଏ । ସାଧାରଣତଃ ବ୍ୟାଙ୍କ କାମରେ ବିଶେଷ କରି ନୂଆ ଖାତା ଖୋଲିବା ସମୟରେ ଏହି କାର୍ଡର ଆବଶ୍ୟକତା ପଡିଥାଏ ।  ହେଲେ ଏବେ ଏହାର ଆବଶ୍ୟକତା ବଢିଯାଇଥିବାରୁ ଅର୍ଥାତ ଏହାକୁ ପରିଚୟ ପତ୍ରର ମାନ୍ୟତା ମିଳି ଥିବାରୁ ଏହାକୁ ଏଣିକି ନିଜ ସହ ଧରି ବୁଲିବାକୁ ପଡିବ ।

ଏଥର ବଜେଟରେ ଟାକ୍ସକୁ ନେଇ ବଡ ଘୋଷଣା କରିଛନ୍ତି  ।   ନୂଆ ଟିକସ ବ୍ୟବସ୍ଥାରେ ସରକାର ଲୋକଙ୍କୁ  ଆଶ୍ୱସ୍ତି ଦେଇଛନ୍ତି । ଟିକସ ସ୍ଲାବ କମିଥିବା ବେଳେ ଦର ଖସାଇଛନ୍ତି । ନୂଆ ବ୍ୟବସ୍ଥା ଅନୁସାରେ, ବାର୍ଷିକ ୭ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ୭ ଲକ୍ଷରୁ ଅଧିକ ଆୟରେ କର ଦେବାକୁ ପଡ଼ିବ ।

୦ରୁ ୩ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ୩ରୁ ୬ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଆୟକର, ୬ରୁ ୯ ଲକ୍ଷ ଉପରେ ୧୦ ପ୍ରତିଶତ ଆୟକର, ୯ରୁ ୧୨ ଲକ୍ଷ ମଧ୍ୟରେ ଆୟରେ ୧୫ ପ୍ରତିଶତ ଏବଂ ୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ ।

 




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.