ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଆଜି ଟାଉନ୍ ଥାନା ପୋଲିସ ଜେଲରେ ଥିବା ଭବାନୀପାଟଣା ବିଇଓ ଅଫିସ ଏକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆରଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲେ। ଏଥିରେ ସେ ସବୁ ସତକଥା କହିବା ସହ ୩୯ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଘଟଣାକୁ ମାନି ନେଇଛନ୍ତି। ସମୁଦାୟ କେଳେଙ୍କାରୀରେ ଉପରିସ୍ଥ ଅଧିକାରୀ ଓ ଅଫିସ କର୍ମଚାରୀ ଜାଣିଥିବା ବିଷୟ ପ୍ରକାଶ କରିଥିଲେ। ସୁଚିସ୍ମିତା ପୋଲିସର ପ୍ରଶ୍ନର ଉତ୍ତର ଯେତିକି ଦେବା କଥା, ନଦେଇ ତାହାଠାରୁ ଅଧିକ ସମୟ କାନ୍ଦିଥିବା ସୂଚନା ମିଳିଛି। ଟାଉନ୍ ଥାନାରେ ଯେଉଁ କେସ ରୁଜୁ ହୋଇଥିଲା, ତାହା ଗୋଟି ଗୋଟି କରି ସ୍ବୀକାର କରିଥିଲେ ସୁଚିସ୍ମିତା। ଆଗକୁ ଭିଜିଲାନ୍ସ ପୁଣି ତାଙ୍କୁ ରିମାଣ୍ଡରେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଜଣାପଡିଛି। ବ୍ୟାଙ୍କର ନଥିପତ୍ର ଅନୁସାରେ ଭିଜିଲାନ୍ସ ପ୍ରମାଣ ଯୋଗାଡ଼ କରିପାରେ। ତେବେ ସୁଚିସ୍ମିତା କେତେ ସତ ଉଗାଳୁଛନ୍ତି, ଦେଖିବାକୁ ବାକିରହିଲା।