ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ । ଗୋଲାମୁଣ୍ଡା ଉପକଣ୍ଠସ୍ଥିତ ନବ ଜୀବନ ଅନାଥ ଆଶ୍ରମ ଠାରେ ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳିତ କରିଛନ୍ତି । ଆଶ୍ରମରେ ଥିବା ଅନ୍ତେବାସୀଙ୍କ ଗହଣରେ ଉପସ୍ଥିତ ରହି କେକ୍ କାଟି ଜନ୍ମ ଦିନ ପାଳନ କରିବା ସହ ଅନ୍ତେବାସୀ ଙ୍କୁ ମିଷ୍ଠାନ୍ନ ଓ ଖାଦ୍ୟ ସାମଗ୍ରୀ ସାଙ୍ଗକୁ ପାଠ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ଏବଂ ଅନ୍ତେବାସୀ ଙ୍କ ଦୁଃଖ ସୁଖ ପଚାରିବୁଝିଥିଲେ ଓ ସମସ୍ୟା ର ସମଧାନ ପାଇଁ ପ୍ରତିଶୃତି ଦେଇଥିଲେ । ତାଙ୍କ ମତ ଅନୁସାରେ ଅନାଥ ଶିଶୁ ଙ୍କ ନିକଟରେ ସ୍ନେହ ,ପ୍ରେମ ଓ ଖୁସି ର ଅଭାବ ଅଛି ତେଣୁ ସେମାନଙ୍କ ସାଥିରେ ଆଜି ଭଳିକା ମହାନ ଦିନକୁ ବିତାଇ ସେମାନଙ୍କ ମୁହଁରେ କିଛି ହସ ଓ ଖୁସି ସଂଚାର କରିପାରିଲେ ଆଜିର ଦିନ ଟି ସାର୍ଥକ ହେବ ବୋଲି ନିଜ ଅଭିମତ ରଖିଥିଲେ । ପ୍ରତି ବର୍ଷ ନିଜ ଜନ୍ମ ଦିନକୁ ଏ ଭଳି ଢଙ୍ଗରେ ଅନାଥ ଶିଶୁ ମାନଙ୍କ ଗହଣରେ ପାଳିତ କରିବାପାଇଁ ପ୍ରତିଶୃତି ଦେଇଥିଲେ । ଏପରି କାର୍ଯ୍ୟ କରି ନିଜକୁ ସେ ଖୁସି ଓ ଭାଗ୍ୟବାନ ମନେକରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ପତ୍ନୀ ମୀନା ମହାନନ୍ଦ,ସରପଞ୍ଚ ସଂଘ ସଭାପତି ପୁରୁଷୋତ୍ତମ ରାଉତ, ମାନଝରୀ ସରପଞ୍ଚ ଜଗଜୀବନ ଅଘ୍ରିଆ, ଗୋଳାମୁଣ୍ଡା ସମିତି ସଭ୍ୟା ବନିତା ନାଏକ, ବିଳାସିନି ମହାନନ୍ଦ,ଟେକଚନ ଛତ୍ରିଆ, ଆକାଶ କୁମାର ଜଗତ ଓ ଆଶ୍ରମ ର ପ୍ରତିଷ୍ଠାତା ରାମ ବିଳାସ ସାଗର ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି କାର୍ଯ୍ୟକୁ ବୁଦ୍ଦିଜିବୀ ଓ ଜନସାଧାରଣ ପ୍ରଶଂସା କରିବା ସହ ଅନାଥ ଆଶ୍ରମର ଅନ୍ତେବାସୀ ମାନେ ଧନ୍ୟବାଦ ଅର୍ପଣ କରିଥିଲେ ।