ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ବ୍ଳକ ପିତାମହଲ ଗ୍ରାମର ରହିଦାସ ମେଲେକାଙ୍କ ୧୧ମାସର ଶିଶୁପୁତ୍ର ମହାଦେବ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ଗତ ମାର୍ଚ୍ଚ ୨୩ ତାରିଖରେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଚିିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରେ ଡାକ୍ତର ବି.ବି.ପଟ୍ଟନାୟକ ଶିଶୁପୁତ୍ର ମହାଦେବକୁ ଚିକିତ୍ସା କରିଥିଲେ । ମହାଦେବ ଶରୀରରେ ରକ୍ତର ମାତ୍ରା କେବଳ ୧.୯ଗ୍ରାମ ରହିଥିବାରୁ ଏହା ଅତ୍ୟଧିକ କମ୍ ଥିବା ଏବଂ ସେ ଏନେମିଆ ରୋଗରେ ପୀଡିତ ଥିବା ଜାଣିବାକୁ ପାଇବା ପରେ ଶିଶୁପୁତ୍ର ଦେହରେ ଏବି ପୋଜିଟିଭ୍ ଗ୍ରୁପ୍ର ୧୦୦ମିଲି ଲେଖାଁଏ ୩ ୟୁନିଟ୍ ରକ୍ତ ଚଢେଇବା ପାଇଁ କହିଥିଲେ । ତେବେ ରକ୍ତର ଆବଶ୍ୟକତା ଜରୁରୀ ହୋଇ ପଡିଥିବା ବେଳେ ରାୟଗଡା ରକ୍ତ ଭଣ୍ଡାରରେ ଉକ୍ତ ଗ୍ରୁପ୍’ର ଅଭାବ ଥିବା ହେତୁ ପରିବାର ଲୋକେ ସଂପର୍କୀୟମାନଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ରକ୍ତ ଯୋଗାଡ କରିବାରେ ବିଫଳ ହୋଇଥିଲେ । ଉକ୍ତ ଖବର ପାଇବା ପରେ ରାୟଗଡାର ଡ.ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ବି.ରାଜେଶ କୁମାର ବହୁ ରକ୍ତଦାତାଙ୍କୁ ଯୋଗାଯୋଗ କରିବା ମଧ୍ୟରେ ରାୟଗଡାର ଯୁବକ ଏମ.ନବୀନ କୁମାର ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ । ଅଳ୍ପ ସମୟ ମଧ୍ୟରେ ସେ ରାୟଗଡା ରକ୍ତଭଣ୍ଡାରରେ ପଂହଚି ରକ୍ତଦାନ କରିବା ସହ ଶିଶୁପୁତ୍ର ମହାଦେବର ଜୀବନ ବଂଚେଇ ପାରିଥିଲେ । ଯାହାକୁ ନେଇ ନବୀନ ଏପରି ମହାନତା କାମ ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।