ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ଶ୍ରୀ ମର୍ଦ୍ଦରାଜ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଖଲ୍ଲିକୋଟ ଵିଡିଓ ବିକ୍ରମ ଦୋରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବ୍ଳକ ୯୯ଗୋଟି ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପଗୁଡିକୁ ପ୍ରଦର୍ଶିତ କରିବା ସହ ଜଣେ ଶିକ୍ଷୟତ୍ରୀ ନିଜ ଶରୀରରେ ସଂଖ୍ୟା ଓ ଭାଷା ଜ୍ଞାନ ସମ୍ବଳିତ ଟିଏଲଏମଗୁଡିକ ସଜ୍ଜିତ କରି ନିଜକୁ ଏକ ମଡେଲ ଭାବେ ପ୍ରଦର୍ଶିତ କରିଥିଲେ। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା, ଡିଆଇଇଟିର ଡ. ନିହାରିକା ସମନ୍ୱୟର, ଲିପିକାଶ୍ରୀ ଦେବୀ, ପ୍ରଜ୍ଞା ପାରମିତା, ଏବିଇଓ ସୁଷମା ଶବର, ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସିଆରସିସିମାନେ ଅଂଶଗ୍ରହଣ କରିଥିଲେ।





