ବିଶ୍ବ ରେଡ଼କ୍ରସ ଦିବସ

ମାନବ ସେବା ଓ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୧୮୬୩ ମସିହାରେ ରେଡ଼କ୍ରସ ସଂଗଠନ ସ୍ଥାପନ କରାଯାଇଥିଲା।ଏହା ଏକ ଆନ୍ତର୍ଜାତୀୟ ସଂଗଠନ ହୋଇଥିଲା ବେଳେ ଏହାର ମୁଖ୍ୟାଳୟ ସ୍ବିଜରଲ୍ୟାଣ୍ଡର ଜେନେଭା ଠାରେ ଅବସ୍ଥିତ। ଏହି ସଂଗଠନ ର ପ୍ରତିଷ୍ଠାତା ହେଉଛନ୍ତି ବିଶିଷ୍ଟ ମାନନବବାଦୀ,ସମାଜ ସଂସ୍କାରକ ହେନେରୀ ଦ୍ୟୁଡ଼େଣ୍ଟ। ତାଙ୍କର ଜନ୍ମ ମେ ୮ ତାରିଖ ରେ ହୋଇଥିଲା,ସେଥିପାଇଁ ତାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ୮ ତାରିଖ କୁ ବିଶ୍ବ ରେଡ଼କ୍ରସ ଦିବସ ରୂପେ ପାଳନ କରାଯାଇଥାଏ। ଏହି ସଂଗଠନ ବିଶ୍ବର ସର୍ବ ପ୍ରଥମ ଏବଂ ସର୍ବ ବୃହତ ମାନବବାଦୀ ସଂଗଠନ।

Omkar Vasthu
Omkar Vasthu

ବିଶ୍ବର କୋଣେ ଅନୁକୋଣେ ଅସଂଖ୍ୟ,ଅଗଣିତ କେବଳ ରେଡ଼କ୍ରସ ସ୍ବେଚ୍ଛାସେବୀ, ସଦସ୍ୟ, କର୍ମକର୍ତ୍ତା ଏବଂ କର୍ମଚ଼ାରୀ ନୁହନ୍ତି ପରଂନ୍ତୁ ସାଧାରଣ ଲୋକେ ରେଡ଼କ୍ରସ ମାନନବାଦୀ କାର୍ଯ୍ୟ ତୁଲାଇଅଛନ୍ତି। ସଂପୂର୍ଣ୍ଣ ସ୍ବେଚ୍ଛାକୃତ ଏବଂ ଉତ୍ସର୍ଗୀକୃତ ସେବା ଭାବାପନ୍ନ ହୋଇ ଜନତା ଙ୍କ ସେବା କରିଥାନ୍ତି।
ସଲଫେରିନୋ ଯୁଦ୍ଧର ବିଭୀଷିକା ଓ ଭୟାବହ ଅନୁଭୂତିକୁ ପାଥେୟ କରି ହେନେରି ଡୁନାଂଟ ନିଜର ପ୍ରଗାଢ ଉଦ୍ୟମ ବଳରେ ୧୮୬୩ ମସିହାରେ ଆରମ୍ଭ କରିଥିଲେ ଏକ ମାନବବାଦୀ ସେବା ସଂଗଠନ ଯାହା International Committee of the Red Cross ଭାବରେ ନାମିତ ହୋଇଥିଲା । ଏହି ସଂଗଠନର ମୂଳ ଉଦେଶ୍ୟ ଥିଲା ଯୁଦ୍ଧରେ ଆହତ ବ୍ୟକ୍ତି ମାନଙ୍କୁ ସେବା ଓ ସହାଯ୍ୟ ପ୍ରଦାନ କରି ମାନବ ସମାଜର ଦୁଃଖ ଲାଘବ କରିବା । ସେହି ଦିନ ଠାରୁ ଦୀର୍ଘ ୧୫୩ ବର୍ଷ ଧରି ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଓ ସଦସ୍ୟମାନେ ସକ୍ରିୟ ମାନବ ସେବାରେ ସ୍ଥାନୀୟ ଓ ବିଶ୍ୱ ସ୍ତରରେ ସକ୍ରିୟ । ସ୍ୱେଚ୍ଛାସେବୀ ଓ ସଦସ୍ୟ/ସଦସ୍ୟା ମାନଙ୍କର ତ୍ୟାଗ, ନିଷ୍ଠା ଓ ନିରବଚ୍ଛିନ୍ନ ସେବା ଯୋଗୁ ଆଜି ବିଶ୍ୱର ପ୍ରାୟ ସବୁ ଦେଶରେ ରେଡ଼କ୍ରସ୍ ଜନସେବାରେ କାର୍ଯ୍ୟରତ ।

Pearl dental clinic
Near Ashish Medical Store, Bhawanipatna

ଭାରତୀୟ, ସଂସଦର ଆଇନ ୧୯୨୦ ଏବଂ ଓଡିଶା ବିଧାନ ସଭାର ଆଇନ ୧୯୩୬ ଅନୁଯାୟୀ ଭାରତ ଓ ଓଡିଶାରେ ରେଡ଼କ୍ରସ୍ କାର୍ଯ୍ୟକରି ଆସୁଅଛି । ଯଦିଓ ପ୍ରାରମ୍ଭିକ ସ୍ତରରେ ଏହି ମାନବବାଦୀ ଅନୁଷ୍ଠାନ ଆହତ ସୈନିକ, ରୋଗୀ ଓ ଦୁଃଖିଙ୍କ ସେବା ପାଇଁ ପ୍ରତିଷ୍ଠିତ ହୋଇଥିଲା; ପରବର୍ତୀ ସମୟରେ ଏହାର କାର୍ଯ୍ୟକ୍ଷେତ୍ର ବିପର୍ଯ୍ୟୟ ସହାୟତା, ବିପର୍ଯ୍ୟୟ ପ୍ରସ୍ତୁତି, ଗୋଷ୍ଠୀଗତ ସ୍ୱାସ୍ଥ୍ୟସେବା, ରକ୍ତ ଭଣ୍ଡାର ପରିଚାଳନା, ଭିନ୍ନକ୍ଷମ ମାନଙ୍କୁ ସାହାଯ୍ୟ ପ୍ରଦାନ ଏବଂ ସର୍ବୋପରି ରେଡ଼କ୍ରସ୍ର ୭ଟି ମୌଳିକ ନୀତି ଯଥା – ମାନବିକତା, ନିରପେକ୍ଷତା, ସମଦର୍ଶିତା, ସ୍ୱାଧୀନତା, ସ୍ୱେଚ୍ଛାକୃତ ସେବା, ଏକତା ଓ ବିଶ୍ୱଜନୀନତାର ପ୍ରଚାର ଓ ପ୍ରସାର ଦିଗରେ ପ୍ରସାରିତ ହୋଇଛି ।

Udyog Nursery
Udyogi Nursery

୧୯୩୬ ମସିହା ଠାରୁ ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ନିରବଚ୍ଛିନ୍ନ ଭାବେ ଏହାର ୩୦ ଗୋଟି ଜିଲ୍ଲା ଶାଖା, ଆଂଚଳିକ ଶାଖା, ନଗର ଶାଖା ଏବଂ ଶାଖା ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ରେଡ଼କ୍ରସ୍ର ମାନବବାଦୀ ମୌଳିକ ନୀତି ଏବଂ ଚାରିଗୋଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା – ବିପର୍ଯ୍ୟୟ ସହାୟତା, ବିପର୍ଯ୍ୟୟ ପ୍ରସ୍ତୁତି, ଗୋଷ୍ଠୀଗତ ସ୍ୱାସ୍ଥ୍ୟସେବା ଓ ଯନô ଏବଂ ରେଡ଼କ୍ରସ୍ର ମୌଳିକ ନୀତିର ପ୍ରଚାର ଓ ପ୍ରସାର ମାଧ୍ୟମରେ ବିଭିନ୍ନ ସମୟପୋଯୋଗୀ ଜନ ହିତକର କାର୍ଯ୍ୟକ୍ରମ ଆୟୋଜନ ପାଇଁ ପଦକ୍ଷେପ ନେଉଅଛି । ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ କୁ ଶତପ୍ରତିଶତ କରିବା ଲକ୍ଷ୍ୟରେ ରେଡ଼କ୍ରସ୍ ଏହାର ପ୍ରଚେଷ୍ଟା ଜାରି ରଖିଛି । ରାଜ୍ୟରେ “ଜନ ଔଷଧି” ଅଭିଯାନକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଏବଂ ଜନ ସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ସହଜ ଭାବରେ ଯୋଗାଇଦେବା ଲକ୍ଷ୍ୟରେ ରେଡ଼କ୍ରସ୍ ରାଜ୍ୟ ଶାଖା ଭାରତ ଏବଂ ଓଡିଶା ସରକାରଙ୍କ ସହାୟତାରେ ଏହାର ଜିଲ୍ଲା ଶାଖା ମାଧ୍ୟମରେ ରାଜ୍ୟରେ ଜନ ଔଷଧି କେନ୍ଦ୍ର ଖୋଲାଯାଇ ଜେନେରିକ୍ ଔଷଧ ଯୋଗାଇବା ଭଳି ଏକ ଯୁଗାନ୍ତକରୀ ପଦକ୍ଷେପ ନେଇଛନ୍ତି ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ଅଗମ୍ୟ ଓ ଅପହଂଚ ଅଂଚଳ ମାନଙ୍କରେ ତଥା ସହରାଂଚଳର ଗରିବ ଲୋକମାନଙ୍କ ନିମନ୍ତେ ନିୟମିତ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଜେନେରିକ ଔଷଧ ପ୍ରଦାନ କରାଯାଉଛି ।

ଜନସେବା କ୍ଷେତ୍ରରେ ଏହି ସଂଗଠନ ୧୯୧୭, ୧୯୪୪ ଓ ୧୯୬୩ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇସାରିଛି। ଏହି ସଂଗଠନ ଓଡ଼ିଶା ର ବିଭିନ୍ନ ମହାବିଦ୍ୟାଳୟ ଗୁଡ଼ିକ ରେ କାର୍ଯ୍ୟ କରିଆସୁଛି। ମହାବିଦ୍ୟାଳୟର ରେଡ଼କ୍ରସ ସ୍ବେଚ୍ଛାସେବୀମାନେ ବିଭିନ୍ନ ଜନହିତକର କାର୍ଯ୍ୟ କରିଥାନ୍ତି। ଯୁବ ସ୍ବେଚ୍ଛାସେବୀ ବିଭିନ୍ନ ରେଡ଼କ୍ରସ କ୍ୟାମ୍ପରେ ଯୋଗ ଦେଇ ରେଡ଼କ୍ରସ ସଂଗଠନରେ ବିଭିନ୍ନ ଜ୍ଞାନ ଅର୍ଜନ କରନ୍ତି ଓ କ୍ୟାମ୍ପରୁ ସମାଜସେବା ଓ ଜନସେବା ପାଇଁ ପ୍ରେରଣା ମିଳେ।

ମୁଁ ବି.ଏସ୍.ସି ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁରରେ ପଢ଼ୁଥିଲି। ଗୋଦାବରୀଶ ମହାବିଦ୍ୟାଳୟରେ ମଧ୍ୟ ରେଡ଼କ୍ରସ ସଂଗଠନ କାର୍ଯ୍ୟ କରିଆସୁଛି। ମୁଁ ସେହି ରେଡ଼କ୍ରସ ସଂଗଠନରେ ଯୋଗଦେଇଥିଲି। ତା’ପରେ ଜିଲ୍ଲାସ୍ତରୀୟ ରେଡ଼କ୍ରସ କ୍ୟାମ୍ପରେ ଯୋଗଦେଇଥିଲି। ସେହି କ୍ୟାମ୍ପରୁ ମୁଁ ବହୁତ କିଛି ଶିଖିଛି। ସେହି କ୍ୟାମ୍ପରେ ଓଡ଼ିଶାରୁ ଆସିଥିବା ବିଶିଷ୍ଟ ସ୍ବେଚ୍ଛାସେବୀଗଣ ତାଙ୍କ ଉଦବୋଧନ ରେ ରେଡ଼କ୍ରସ ସଂଗଠନ ର ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ ଓ ରେଡ଼କ୍ରସ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିଥିଲେ, ଯାହା ଶୁଣି ମୁଁ ଆନନ୍ଦିତ ହୋଇଥିଲି ଓ ବହୁତ କିଛି ଶିଖିଥିଲି। ବିଶ୍ବ ରେଡ଼କ୍ରସ ଦିବସ ରେ ସମସ୍ତ ସ୍ବେଚ୍ଛାସେବୀ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଜଣାଉଛି।

ଲେଖକ- ବିଶ୍ବବିଜୟୀ ଦାଶ
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍ ନଂ- ୭୫୨୦୩୫
ମୋବାଇଲ୍ ନଂ- ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.