୨୦ ବର୍ଷରେ ୨୪ରୁ ଅଧିକ ଥର ଧ୍ରୁବ ହେଲିକପ୍ଟର ଦୁର୍ଘଟଣାର ଶିକାର!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଦୁର୍ଘଟଣାର ଶିକାର ହୋଇଥିବା ଧ୍ରୁବ ହେଲିକପ୍ଟର ଉଡ଼ାଣକୁ ମେ ୪ ତାରିଖରୁ ସାମୟିକ ଭାବେ ବନ୍ଦ ରଖିବାକୁ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମେ ୪ରେ ଧ୍ରୁବ ହେଲିକପ୍ଟର କିଶତୱାରରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଟେକ୍ନିସିଆନଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ପାଇଲଟ ଆହତ ହୋଇଛନ୍ତି। ଦୁଇ ମାସ ମଧ୍ୟରେ ଏହା ତୃତୀୟ ଦୁର୍ଘଟଣା। ବର୍ତ୍ତମାନ ଏହି ହେଲିକପ୍ଟରର ବୈଷୟିକ କାରଣ ଖୋଜା ଚାଲିଛି। ଯାହା ବିଗତ ୨୦ ବର୍ଷରେ ୨୪ରୁ ଅଧିକ ଥରଦୁର୍ଘଟଣାର ଶିକାର ହୋଇସାରିଛି। ଗୁରୁବାର ଜମ୍ମୁ କଶ୍ମୀରର କିଶତୱାରରେ ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରତିରକ୍ଷା ବିଭାଗ ସେନାର ସମସ୍ତ ଅଞ୍ଚଳରେ ଏହାର କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି।ପ୍ରତିରକ୍ଷା ବିଭାଗ ସତର୍କତାମୂଳକ ପଦକ୍ଷେପ ଭାବରେ ଧ୍ରୁବ ହେଲିକପ୍ଟର ଉଡ଼ାଣ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ଏହାପୂର୍ବରୁ ଯେତେବେଳେ ନୌସେନା ଏବଂ କୋଷ୍ଟଗାର୍ଡରେ ଧ୍ରୁଭ ହେଲିକପ୍ଟର ମୁମ୍ବାଇ ଏବଂ କୋଚିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଧ୍ରୁବ ତିଆରି କରିଥିବା କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଅନୁସନ୍ଧାନ ପରେ ବିମାନକୁ ଅନୁମୋଦନ କରିବା ପରେ ଧ୍ରୁବ ବିମାନ ପୁନଃ ଉଡାଣ ଭରିପାରେ। ତେବେ ମିଳିଥିବା ସୂଚନା ଅନୁସାରେ ବିଗତ ୨୦ ବର୍ଷରେ ୨୪ରୁ ଅଧିକ ଥର ଏହି ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇସାରିଛି। ୨୦୧୬ରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା ସଂସଦରେ। ପ୍ରତିରକ୍ଷା ମନ୍ତ୍ରାଳୟ ଏହି ରିପୋର୍ଟ ରଖିଥିଲା। ଏବେ ୨୦୧୭ରୁ ୨୦୨୨ ମଧ୍ୟରୁ ସର୍ବନିମ୍ନ ୬ ଥର ଦୁର୍ଘଟଣାର ଶିକାର ହୋଇଛିଏହି ହେଲିକପ୍ଟର। ଯେଉଁଥିରୁ ଅନ୍ତିମ ୪ ମାସରେ ୪ ଥର ରହିଛି। ଜର୍ମାନୀର ସହଯୋଗରେ ତିଆରି ହୋଇଥିଲା ଏହି ହେଲିକପ୍ଟର। ୧୯୮୪ରେ ଜର୍ମାନୀ ସହଯୋଗରେ ହିନ୍ଦୁସ୍ଥାନ ଏରନେଟିକ୍ସ ଲିମିଟେଡ ତିଆରି ହୋଇଥିଲା। ୧୯୯୨ରେ ପ୍ରଥମେ ଉଡାଣ ଭରିଥିଲା। ୨୦୦୨ରେ ସାର୍ଟିଫିକେଟ ମିଳିବା ପରେ ସେନାରେ ସାମିଲ ହୋଇଥିଲା ଏହି ବିମାନ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.