କେରଳ ବୋଟ୍‌ ଦୁର୍ଘଟଣା : ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି

ଓଡ଼ିଆ ବାର୍ତ୍ତା/ ଥିରୁଅନନ୍ତପୁରମ: କେରଳର ମାଲାପୁରାମ ଜିଲ୍ଲାର ତନୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସ୍କୁଲ ପିଲାଙ୍କୁ ନେଇ ବୁଲିବାକୁ ଯାଇଥିବା ଡଙ୍ଗା ଓଲଟି ପଡ଼ିବା ପରେ ୨୨ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁସଂଖ୍ୟା ଆଜି ୨୨କୁ ବୃଦ୍ଧି ପାଇଥିବା କଥା ‘ରିଜିଓନାଲ୍‌ ଫାୟାର୍‌ ରେଞ୍ଜ୍‌ ଅଫିସର୍‌’ କହିଛନ୍ତି । ମୃତ ପର୍ଯ୍ୟଟକ ବା ଯାତ୍ରୀମାନଙ୍କ ମଧ୍ୟରେ ୭ଜଣ ପିଲା ଅଛନ୍ତି।

Omkar Vasthu
Omkar Vasthu

ରବିବାର ସନ୍ଧ୍ୟାରେ କେରଳର ମାଲପୁରାମ୍‌ ଅନ୍ତର୍ଗତ ତନୁର୍‌ ଅଞ୍ଚଳର ତୁବାଲତିରମ୍ ବେଳାଭୂମି ନିକଟରେ ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଡବଲ-ଡେକର୍‌ ହାଉସ୍‌ବୋଟ୍‌ ଓଲଟିପଡ଼ି ବୁଡ଼ିଯିବାରୁ ଏହି ଅଘଟଣ ଘଟିଥିଲା । ଫଳରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ରହିଛି।

Pearl dental clinic
Near Ashish Medical Store, Bhawanipatna

ଗଣମାଧ୍ୟମକୁ ‘ରିଜିଓନାଲ୍‌ ଫାୟାର୍‌ ରେଞ୍ଜ୍‌ ଅଫିସର୍‌’ ଶିଜୁ କେ. କେ. କହିଛନ୍ତି, ଏପର୍ଯ୍ୟନ୍ତ ଆମେ ୨୨ଟି ଶବ ଉଦ୍ଧାର କରିଛୁ । ବୋଟ୍‌ରେ ଠିକ୍‌ କେତେ ସଂଖ୍ୟକ ଲୋକ ଥିଲେ ଆମେ ଜାଣିନାହୁଁ, ତେଣୁ କାଦୁଅ ଭିତରେ ଆହୁରି କିଛି ମୃତବ୍ୟକ୍ତି ଫସି ରହିଛନ୍ତି କି, ନାହିଁ ଖୋଜିବା ଜାରି ରଖିଛୁ ।

Udyog Nursery
Udyogi Nursery

କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜରୁରୀକାଳୀନ ବୈଠକ ଡକାଇ ଆହତମାନଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ଓ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ନିର୍ଦେଶ‌ ଦେଇଛନ୍ତି । ଆଜି ସକାଳ ୬ଟାରେ ଶବ ବ୍ୟବଚ୍ଛେଦ ଆରମ୍ଭ କରିବା ଲାଗି ମଧ୍ୟ ସେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀ ପିଏ ମହମ୍ମଦ ରିୟାସଙ୍କ ସହ ଉଦ୍ଧାର କାର୍ଯ୍ୟକୁ ସଂଯୋଜନା କରୁଥିବା କେରଳ କ୍ରୀଡା ମନ୍ତ୍ରୀ ଭି ଅବଦୁରାହିମାନ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଅନେକଙ୍କର ମୃତ୍ୟୁ ଘଟିଛି ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ଛୁଟି ସମୟରେ ବୁଲିବାକୁ ଆସିଥିବା ପିଲାମାନେ ରହିଛନ୍ତି ।

ସେ କହିଛନ୍ତି, “ଅଧିକ ପୀଡିତ ବ୍ୟକ୍ତି ଡଙ୍ଗା ତଳେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବାକୁ ପଡିବ । ତେବେ ଡଙ୍ଗାଟି କିପରି ବୁଡ଼ି ଯାଇଥିଲା । ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସ ଏହାର ତଦନ୍ତ କରିବ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.