ପରିଚାଳନା ନିମନ୍ତେ କମିଟି ଗଠନ ଓ କର୍ମକର୍ତ୍ତା ଚୟନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ମା ଦୁର୍ଗା ମନ୍ଦିର ଆସନ୍ତା ୨୬ ରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ୧୬ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ମଇ ୨୬ ରୁ ୩୦ ଯାଏଁ ଅନବରତ କାର୍ଯ୍ୟକ୍ରମ ଚାଲିବ । ୨୬/୫ ଶୁକ୍ରବାର ଅଙ୍କୁର ରୋପଣ, କୁଣ୍ଡ ମଣ୍ଡଳ ନିର୍ମାଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୭/୫ ଶନିବାର ସକାଳ ୯.୧୦ ରେ କଳସ ଯାତ୍ରା । ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ଏକା ସାଙ୍ଗରେ ଅନୁଷ୍ଠିତ ହେବ କଳସ ଯାତ୍ରା । ଏହା ସହ ଶନିବାର ବାସ୍ତୁପୂଜା ଓ ଅଗ୍ନିପୂଜା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ୨୮/୫ ରବିବାର ସୂର୍ଯ୍ୟପୂଜା, ଗୋପୂଜା ଓ ନଗର ଭ୍ରମଣ. ୨୯/୫ ସୋମବାର ଦିବା ୩.୫୧ ମଧ୍ୟେ ଦେବୀ ପ୍ରାଣ ପ୍ରତିଷ୍ଠା, ଶିଖର ସ୍ନାନ, ଚକ୍ରଦ୍ୱଜ ଓ କଳସ ସ୍ଥାପନ । ୩୦/୫ ମଙ୍ଗଳବାର ସୂର୍ଯ୍ୟପୂଜା, ସିଂହାସନ ପ୍ରତିଷ୍ଠା, ଦେବୀ ଅଚଳ ପ୍ରତିଷ୍ଠା ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ବେଳେ ୨୭/୫ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ । ୨୮/୫ ରବିବାର ସକାଳେ ୧୬ ପ୍ରହର ନାମଯଜ୍ଞର ନାମ ଆରମ୍ଭ ହେବ । ୨୮/୨୯ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ । ୩୦ ସକାଳେ ପୂର୍ଣ୍ଣାହୂତି ଓ ନଗର ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପାଞ୍ଚଦିନ ବ୍ୟାପି ନର୍ଲାରୋଡ ମା ଦୁର୍ଗା ମନ୍ଦିର ପରିସରରେ ଚାଲିବ ଭବ୍ୟ କାର୍ଯ୍ୟକ୍ରମ । ରବିବାର ଏନେଇ ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଦୁର୍ଗା ମଣ୍ଡପ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୂଜା କର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହନ ପାଇଁ ଶ୍ରୀମତୀ ପ୍ରଜ୍ଞା କେଡିଆ ଓ ବିମଳ କୁମାର କେଡିଆ ଦମ୍ପତିଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିବା ବେଳେ ନାମଯଜ୍ଞର କର୍ତ୍ତା ଭାବରେ ଶ୍ରୀମତୀ ସବିତା ପଧାନ ଓ ସଂକୀର୍ତ୍ତନ ପଧାନଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି । ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତେ ଯାଜପୁରର ବ୍ରହ୍ମା ପଣ୍ଡିତ ରମେଶ ପତି ଓ ତାଙ୍କ ସହଯୋଗୀ ପୂଜନ କାର୍ଯ୍ୟ ପରିଚାଳନା କରିବେ । ନାମଯଜ୍ଞର ବ୍ରହ୍ମା ପଣ୍ଡିତ ଭାବରେ ତୁଳାପଡାର ତରୁ ପାଢୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିବା କମିଟି ସୂତ୍ରରୁ ଜଣାପଡିଛି । ଉକ୍ତ ବୈଠକରେ ନାମଯଜ୍ଞ ପରିଚାଳନା କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ବିମଳ କୁମାର କେଡିଆ, ସାଧାରଣ ସମ୍ପାଦକ ଭାବରେ ହମେଶ କୁମାର ଜୈନ, ଯୁଗ୍ମ ସମ୍ପାଦକ ଚାରିଜଣଙ୍କ ମଧ୍ୟରେ ଅମର ରାଉତ, ବିନାୟକ ମହନ୍ତ, ରାଜୀନ ସାହୁ ଓ ନାରାୟଣ ମାଝୀ, ସେହିଭଳି କୋଷାଧ୍ୟକ୍ଷ ଭାବରେ ରାଜା ପରିଡା ଓ ବାବୁଲା ରାଉତଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ୮ ଖଣ୍ଡ ଗ୍ରାମର ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟକାରିଣି ସଦସ୍ୟ ଭାବରେ ରଖାଯାଇଛି । ସେମାନେ ହେଲେ ଜହରଲାଲ ବିଶ୍ୱାଳ, ନନ୍ଦକିଶୋର ଜେନା, ଗିରିଧାରୀ ଗଉଡ, ବୀରକିଶୋର ମାଝୀ, କଲ୍ୟାଣ ସାହୁ, ଚିରଞ୍ଜିବୀ ଗୌଡିଆ, ବିଜୟ ବୁଦ୍ଧିଆ, ବିରଞ୍ଚି ମାଝୀ, ଲିଙ୍ଗରାଜ ମିଶ୍ର, କିଶୋର ନାଏକ, ସନ୍ତୋଷ କର, ପ୍ରଦୀପ ନାଏକ, ତୀର୍ଥ ବୁଦ୍ଧିଆ, ତୀର୍ଥ ବାଗ, ଋଶ୍ୟଶୃଙ୍ଗ ସା, ମୋହନ ସା, ଦୀପକ ସାହୁ, ମନୋଜ ଅଗ୍ରୱାଲ, ମଧୁସୂଦନ ରାଉତ, ବଦ୍ରୀ ନାଗ, ଯୋଗେଶ ପଟେଲ, ପିଣ୍ଟୁ ପରିଡା, କାହ୍ନୁ ମାଝୀ, ଓମପ୍ରକାଶ ପୁଝାରୀ, କୃଷ୍ଣଚନ୍ଦ୍ର ମାଝୀ, ଚିନ୍ତାମଣି ନାଏକ, ନରସିଂହ ଥାପା ପ୍ରମୁଖ ରହିଛନ୍ତି । ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନାମଯଜ୍ଞ ପରିଚାଳନା ନିମନ୍ତେ ବିଭାଗ ବଣ୍ଟନ କରାଯାଇ ଉପ କମିଟି, ଭୋଜନ ପରିବେଷଣ କମିଟି ଭଳି ଅନ୍ୟାନ୍ୟ ଶାଖା କମିଟି ସବୁ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା । ସ୍ୱତନ୍ତ୍ର ପ୍ରସ୍ତାବ କ୍ରମେ କାର୍ଯ୍ୟକ୍ରମ ୫ ଦିନ ସମୟ ପାଇଁ ଏକ ସୂଚନା କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତି ନିଆଯିବା ସହ ଉଗ୍ରେସନ ଗଓଡ ଓ ଚକ୍ରଧର ସାଙ୍କୁ ଏହାର ପରିଚାଳନା ନିମନ୍ତେ ଦାଇତ୍ୱ ଅର୍ପଣ କରାଯାଇଥିଲା । ମୁଖ୍ୟ ପରିଚାଳନା କମିଟି ଓ ଉପକମିଟିର ସଦସ୍ୟ ମାନେ ପ୍ରତ୍ୟେକ ଗାଁକୁ ଗାଁ ଯାଇ ପରିଚାଳନାରେ ସହଯୋଗ ନିମନ୍ତେ ସୂଚନା ପ୍ରଦାନ କରିବେ ବୋଲି ନିଷ୍ପତି ନିଆଯିବା ସହ କାର୍ଯ୍ୟକ୍ରମ ପାଇଁ ୪୦୦୦ ନିମନ୍ତ୍ରଣ କାର୍ଡ ନର୍ଲା ବ୍ଲକ ଅଞ୍ଚଳରେ ଓ ବ୍ଲକ ବାହାରେ ମଧ୍ୟ ବଣ୍ଟନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ଗିଗୁଡାର ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ, ସରୋଜ ବୁଦ୍ଧିଆ, କୈଳାସ ସା, ଫକୀର ପୁଟେଲ, ରାଜେଶ ସାହୁ, ପିତାମ୍ବର କରୁଆଁ, ବନମାଳି ଗଉଡ, ଦିଜ ସାହୁ, ବାବୁଲା ମହାରଣା, ଯୋଗେଶ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବିମଲ କୁମାର କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।