କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଲେ କିଏ ହେବ ମୁଖ୍ୟମନ୍ତ୍ରୀ ?  ଭାଗବଣ୍ଟା ହେବ କି ଆସନ ?

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେଠାରେ ଆଜି ଚାଲିଥିବା ମତଗଣନା ପ୍ରାୟ ସ୍ପଷ୍ଟ ହୋଇଯାଇଛି। ଗଣତି ଆରମ୍ଭରୁ କଂଗ୍ରେସ  ବହୁମତ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଥିଲା । ଫଳଫଳକୁ ଦେଖି କଂଗ୍ରେସ ଶିବିରରେ ଏକପ୍ରକାର ଖୁସିର ମାହୋଲ ।  ୨୨୪ ବିଧାନସଭା ଆସନରୁ ପାଖାପାଖି ୧୧୮ ଆସନରେ ଆଗରେ ଅଛି କଂଗ୍ରେସ । ସ୍ପଷ୍ଟବହୁମତ ଆଡକୁ ମୁହାଁଉଛି କଂଗ୍ରେସ । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା । ଏସବୁ ଭିତରେ ବଡ ବୟାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ରନାଥ ସିଦ୍ଧରମୈୟା । ରାଜ୍ୟରେ କଂଗ୍ରେସ ଏକାକୀ ସରକାର ଗଢିବ ଏବଂ ତାଙ୍କ ବାପା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି କହିସାରିଲେଣି । ପୁଅ ହିସାବରେ ସେ ବାପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହାନ୍ତି ବୋଲି ସେ କହିଛନ୍ତି ।

Omkar Vasthu
Omkar Vasthu

ଅନ୍ୟପକ୍ଷେ କଂଗ୍ରେସ ଶିବିରରେ ଚାଲିଛି ଭିନ୍ନ ଅଙ୍କକଷା । କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବ ଏବଂ ୨ଟି ଟର୍ମରେ ୨ ଜଣ ମୁଖ୍ୟମନ୍ତ୍ରୀ ହେବେ ବୋଲି ହିସାବ ଚାଲିଛି । କୁହାଯାଉଛି, ସିଦ୍ଧରମୈୟା ପ୍ରଥମ ଟର୍ମର ଅଢେଇବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ରହିବେ । ପରବର୍ତ୍ତୀ ଅଢେଇ ବର୍ଷ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ । ତେବେ କଂଗ୍ରେସ ୨୦୧୮ ନର୍ବାଚନ ଅନୁଭୂତିକୁ ଭୁଲିନି । ତେଣୁ କଂଗ୍ରେସକୁ ଏବେ ଘାରିଛି ଘୋଡା ବେପାର ଭୟ । କାଳେ ନିର୍ବାଚନ ଜିତିବା ପରେ ବିଧାୟକ ଦଳ ଛାଡିଦେବେ ସେଥିପାଇଁ କଂଗ୍ରେସ ନୂଆ ରଣନୀତି ପ୍ରସ୍ତୁତ କରୁଛି । ସୂଚନାଥାଉ କି, ୨୦୧୮ ନିର୍ବାଚନରେ କଂଗ୍ରେସ ଜେଡିଏସ ସହ ମିଶି ସରକାର ଗଢିଥିଲେ ହେଁ ଗୋଟିଏ ବର୍ଷ କ୍ଷମତାରେ ରହି ପାରି ନ ଥିଲା ।  କିଛି ବିଧାୟକ ବିଦ୍ରୋହ ଘୋଷଣା କରିବାର ମିଳିତ ସରକାର ଭାଙ୍ଗି ଯାଇଥିଲା ଏବଂ ଏହାର ସୁଯୋଗ ନେଇ ବିଜେପି ସରକାର ଗଢିଥିଲା

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.