ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ପଣ୍ଡକାମାଳ ପଞ୍ଚାୟତର ଆମ୍ବ ଗାଆଁ ବିଦ୍ୟାଳୟରେ କାର୍ଯ୍ୟରତ ଥାଇ ଅବସର ଗ୍ରହଣ କରିଥିବା ଶିକ୍ଷକ ମିହିର କୁମାର ଦୁବେଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମ.ରାମପୁର ବ୍ଲକ୍ କଲୋନୀ ଉପ୍ରା ବିଦ୍ୟାଳୟରେ ଏନେଇ ଆୟୋଜିତ ସଭାରେ ସିଆରସିସି ବୀରେନ୍ଦ୍ର ରଥ ସଭାପତିତ୍ବ କରିଥିଲେ । ଅତିଥି ଭାବରେ ବିଆରସିସି ଜୟସେନ ନିଆଲ, ଏବିଇଓ ବେଣୁଧର କୁମାର, ଶିକ୍ଷକ ସଂଘର ସଭାପତି ବିଭୂତି ଭୂଷଣ ପ୍ରହରାଜ, ସମ୍ପାଦକ ପ୍ରଫୁଲ୍ଲ ସାହୁ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶ୍ରୀ ଦୁବେଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରା ଯାଇଥିଲା । ଏଥିରେ ମ.ରାମପୁର କ୍ଳଷ୍ଟର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.