ବୀରମହାରାଜପୁରକୁ ଏନଏସି ମାନ୍ୟତା ସହ ୧୫ ଦଫା ଦାବି ନେଇ ଆମ୍ ଆଦମୀ ପାର୍ଟିର ଗଣଧାରଣା 

ଓଡ଼ିଆ ବାର୍ତ୍ତା / ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ): ବୀରମହାରାଜପୁରକୁ ଏନଏସି ଓ ୧୫ ଦଫା ଦାବି ନେଇ  ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛି ଆମ୍ ଆଦମୀ ପାର୍ଟି। ସୁବର୍ଣ୍ଣପୁର ଜିଲ୍ଲା ଆମ୍ ଆଦମୀ ପାର୍ଟି ସଭାପତି ସୁରେଶ କଲତାଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ଏହି ଗଣଧାରଣାରେ ବସିଛନ୍ତି। ଉପଜିଲ୍ଲାପାଳଙ୍କ ଦାୟିତ୍ଵ ନିର୍ବାହ କରିଥିବା ଜୟକୃଷ୍ଣ ପାଣିଗ୍ରାହୀ ଉକ୍ତ ଧାରଣ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ଜଣାପଡିଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.