ପୂର୍ତ୍ତ ବିଭାଗର ମନମୁଖୀ; ସ୍କୁଲ ସାମ୍ନାରେ ବିପଦସଂକୁଳ ଅବସ୍ଥାରେ ଡ୍ରେନ କାର୍ଯ୍ୟ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଆମ୍ବପାଲି ଗାଁରେ ପୂର୍ତ୍ତ ବିଭାଗ ଦ୍ୱାରା ଚାଲିଥିବା ସ୍କୁଲ ସାମ୍ନାରେ ବିପଦ ସଂକୁଳ ଅବସ୍ଥାରେ ଡ୍ରେନ କାମ ଅସଂପୁର୍ଣ୍ଣ ହୋଇ ପଡିରହିଛି l ଉକ୍ତ ଡ୍ରେନରେ ସ୍କୁଲ ଛାତ୍ରଛାତ୍ରୀମାନେ ଆସୁଥିବା ସମୟରେ ପଡି ଆହତ ହେଉଥିବା ଅଭିଯୋଗ ହେଉଛି l ପ୍ରକାଶ ଯେ, ଏହି ପୂର୍ତ୍ତ ବିଭାଗ ପକ୍ଷରୁ ଚଳିତ ବର୍ଷ ବେଲଗାଁ ଠାରୁ ଆମ୍ବପାଲି ୨୦ କିମି ପଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ଆରମ୍ଭ ହୋଇଥିଲା ରାସ୍ତା କାମ ସମ୍ପୂର୍ଣ୍ଣ ହେବାପରେ ରାସ୍ତା ପାର୍ଶ୍ଵରେ ପୂର୍ତ୍ତ ବିଭାଗ ଡ୍ରେନ କାମ ଆରମ୍ଭ କରିଥିଲା କିନ୍ତୁ ୩ ମାସରୁ ଉର୍ଦ୍ଧ ହେଲା ଡ୍ରେନ କାମ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି। ଗାଁ ରାସ୍ତା ପ୍ରଶସ୍ତି କାରଣରେ ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରାଯାଉଥିବା ବେଳେ ଗୋଟିଏ ପାର୍ଶ୍ଵ କେତେକ ସ୍ଥାନରେ ମାଟି ଖୋଲାଯାଇଛି ପୁଣି କେତେ ଅଙ୍କାବଙ୍କା କାନ୍ଥ ଉଠିଛି l ସେହି ସ୍ଥାନରେ ଢାଙ୍କୁଣୀ ନିର୍ମାଣ ନ କରି ଖୋଲା ରହିଥିବା ବେଳେ କେତେକ ସ୍ଥାନରେ ଲୁହା ଛଡ଼ ଆଁ କରି ଛିଡା ହୋଇଛି। ବିଶେଷ କରି ଗାଁ ବସ୍ତି ରୁ ସ୍କୁଲ ଓ ଅଙ୍ଗେନୱାଡିକୁ ସଂଯୋଗ କରୁଥିବା ରାସ୍ତାକୁ ମାଟି ଖୋଲା ଯାଇଥିବା ବେଳେ କିଛି ଅଂଶ ଛାଡି ଦିଆଯାଇଛି l ଏହି ମୁକୁଳା ଡ୍ରେନ ଦେଇ ଗ୍ରାମର ଛୋଟ ଛୋଟ ଶିଶୁ ଅଙ୍ଗେନୱାଡି କେନ୍ଦ୍ରକୁ ଆସୁଥିବା ବେଳେ ସ୍କୁଲ ଛାତ୍ର ଛାତ୍ରୀ ମାନେ ଏହି ଡ୍ରେନ ଡେଇଁ ପାର ହେଉଛନ୍ତି l କେତେବେଳେ ଗୋଡ଼ ଖସିଗଲେ ଡ୍ରେନରେ ପିଲା ପଡୁଥିବାର ଅଭିଯୋଗ ହେଉଛି l ତେଣୁ ଉକ୍ତ କାମକୁ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l ଏ ନେଇ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ଟିଟିଲାଗଡ଼ ଏସଡିଓ ଡିଲେଶ୍ଵର ମାଝୀଙ୍କୁ ପଚାରିବାରୁ ଠିକାଦାରଙ୍କୁ କହୁଛି ଶୀଘ୍ର କାମ କରିଦେବା ବୋଲି ପ୍ରକାଶ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.