ସଇଁତଲାରେ ବିଜେପି ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ତରଫରୁ ସଇଁତଲା ବ୍ଲକ ଫପସି ନାରୀକଟା କମ୍ୟୁନିଟି ହଳ ଠାରେ  ବିଜେପି ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିଛି l ହଜାର ହଜାର ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି l ମହିଳା ସଶକ୍ତି କରିବା ପାଇଁ ବିନା ସୁଧରେ କେନ୍ଦ୍ର ସରକାର ଋଣ ଦେଉ ଥିବା ବେଳେ ରାଜ୍ୟ ସରକାର ଲୋକଙ୍କୁ ଭକୁଆ ବନାଉଛନ୍ତି ବୋଲି ଅଭିଯୋଗ କରିଥିଲେ l ଏସଏଚଜି ମହିଳା ମାନେ ୬ ହଜାର ଟଙ୍କା, ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଲେପଟପ, ମହିଳାମାନେ ମୋବାଇଲ ଫୋନ ପାଇଁଛନ୍ତି l ତେବେ ଏଭଳି ଅନେକ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରୁ ଥିବାବେଳେ ଲୋକେ ଉପକୃତ ହେଉ ପାରୁଛନ୍ତି ବୋଲି ସାଂସଦ ସିଂ ଦେଓ ମତବ୍ୟକ୍ତ ଦେଇଥିଲେ l ପରେ କହିଥିଲେ ଯେ ନିଜ ଟିଟିଲାଗଡ଼ ସହରକୁ ସମ୍ଭାଳି ପାଇଁ ଅନେକ କଷ୍ଟକର ହୋଇ ପଡୁଥିବା ବେଳେ ସଇଁତଳା ଓ ଗୁଡ଼ଭେଳା ବ୍ଲକକୁ କେମିତି ସମ୍ଭାଳିବ ତେଣୁ ପ୍ରଥମେ ନିଜ ଗଡ଼କୁ ସମ୍ଭାଳ ବୋଲି ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ସିଂଦେଓ ମତବ୍ୟକ୍ତ ଦେଇଥିବା ବେଳେ ଆଲୋଚନାର ବିଷୟ ପାଲଟିଛି l ତେବେ ଯେଉଁ ମାନେ ଦୀର୍ଘ ବର୍ଷ ହେଲାଣି ଏହି ଦଳକୁ ମଜବୁତ କରି ଆସିଛନ୍ତି ପ୍ରଥମେ ସେହି ବ୍ୟକ୍ତିଙ୍କୁ ଦଳ ଗୁରୁତ୍ୱ ଦେବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଶ୍ରୀବତ୍ସ ବେହେରା, ଅମିତ ସିଂନିନା, ସାଂସଦଙ୍କ ଗୁଡ଼ଭେଳା ବ୍ଲକ ପ୍ରତିନିଧି ଦିନବନ୍ଧୁ ବେହେରା, ପ୍ରକାଶ ଗହୀର, ଖିମନ୍ତ ସାହୁ, ଲବେନ୍ଦ୍ର ବେହେରା, କରୁଣାକର ପସାୟତ ସମେତ ବିଜେପିର ଶତାଧିକ କର୍ମୀ ମାନେ ସାମିଲ ହୋଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.