ଢୁଶୁଗୁଡା ରେତ ଡ୍ୟାମରେ ଛାତ୍ର ନିଖୋଜ ଘଟଣା: ଦିନ ୧୧ଟା  ସମୟରେ ନିଖୋଜ ଛାତ୍ର ସାଲୁ ପଣ୍ଡାଙ୍କ ଶବ ଉଦ୍ଧାର

ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ

ଏଫଆଇଆର କରାନଯିବା ଘଟଣାକୁ ନେଇ ୪ ଘଣ୍ଟା ଧରି ଛତିକୁଡ଼ା ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଂଚାୟତର ଢୁଶୁଗୁଡାରେ ରହିଥିବା “ରେତ” ଡ୍ୟାମରେ ବୁଧବାର ଦିନ ୧୨ ଘଣ୍ଟା ସମୟରେ ଭବାନୀପାଟଣା ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା ଖସିପଡି ବୁଡି ଯାଇଥିଲେ । ଗତକାଲି ବୁଧବାର ସନ୍ଧ୍ୟା ୬ ଟା ଯାଏଁ ଶବ ମିଳିନଥିଲା । ଆଜି ଗୁରୁବାର ପୂର୍ବାହ୍ନ ୧୧ ଟା ବେଳେ ଡ୍ୟାମରୁ ଶବ ଉଦ୍ଧାର କଲା ଓଡ୍ରାଫ୍ଟ ଟିମ । ଭବାନୀପାଟଣାର ୩ ଜଣ ଛାତ୍ର ଓ ଦୁଇଜଣ ଛାତ୍ରୀ ବୁଧବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବୁଲିବା ପାଇଁ ଆସିଥିଲେ । ସେମାନଙ୍କ ମଧରୁ ଜଣେ ଛାତ୍ର ଡ୍ୟାମ ଭିତରକୁ ଖସି ପଡ଼ିଥିଲେ । ବୁଡି ଯାଉଥିବା ଉକ୍ତ ଛାତ୍ରକୁ ସାଥି ଛାତ୍ରଛାତ୍ରୀ ମାନେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଗଭୀର ପାଣି ଯୋଗୁଁ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ଖବର ପାଇ ନର୍ଲା ଅଗ୍ନିଶମ ବିଭାଗ ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ସନ୍ଧ୍ୟା ଯାଏ ଜାରି ରଖିଥିଲେ । ସନ୍ଧ୍ୟା ୬ ଟା ପରେ ବନ୍ଦ ରହିଥିଲା । ଗୁରୁବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଛାତ୍ରଙ୍କ ଶବ ଉଦ୍ଧାର କଲା ଓଡ୍ରାଫ୍ଟ ଟିମ । ଅନ୍ୟପକ୍ଷେ ଗତକାଲି ବୁଧବାର ରାତି ୯ ଘଣ୍ଟା ସମୟରେ ମୃତ ଛାତ୍ରଙ୍କ ବାପା ସୁଦାମ ପଣ୍ଡା ନର୍ଲା ଥାନାରେ ଏ ନେଇ କେଶ ଦାଏର କରିଥିଲେ । ହେଲେ ନର୍ଲା ପୋଲିସ କେଶ ରେଜିଷ୍ଟ୍ରେସନ କରି ନଥିବାରୁ ମୃତକଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଜନ ରାଧାରଣ ଆନ୍ଦୋଳନକୁ ଓହ୍ଲାଇଥିଲେ । ସୂଚନା ମୁତାବକ ଭବାନୀପାଟଣାର ବିକାଶରେ ଅଧ୍ୟୟନ କରୁଥିବା ଚାରି ଜଣ ଛାତ୍ରଛାତ୍ରୀ ନର୍ଲା ସ୍ଥିତ ଧୂଷୁଗୁଡା ଡ୍ୟାମ ବୁଲିବାକୁ ଯାଇଥିଲେ | ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ର ହେଉଛନ୍ତି ନବଜୀତ ସିଂ (୧୯) ଓ ଅଭିଜିତ ପଟ୍ଟନାୟକ (୨୦) ଏବଂ ଦୁଇ ଛାତ୍ରୀ ହେଉଛନ୍ତି ଅଦ୍ୟାଶ୍ ନାୟକ (୧୮), ମନୀଷା ବାଗ(୧୯)। ସୂଚନା ମୁତାବକ ଚାରିଜଣ ଛାତ୍ରଛାତ୍ରୀ ବୁଧୁବାର ସକାଳ ୧୦ ଘଣ୍ଟା ସମୟରେ କଲେଜ୍ ଯିବାପାଇଁ ଘରୁ ବାହାରିଥିଲେ ହେଲେ କଲେଜ୍ ନ ଯାଇ ଛତିକୁଡା ସ୍ଥିତ ଧୂଶୁଗୁଡା “ରେତଡ୍ୟାମ”କୁ ବୁଲିବା ପାଇଁ ଯାଇଥିଲେ ଏବଂ ତାଙ୍କ ସହ ତାଙ୍କ ଆଉ ଜଣେ ତାଙ୍କ ପୁରୁଷ ବନ୍ଧୁ ସାଲୁ ପଣ୍ଡାଙ୍କୁ ଡାକି ନେଇଥିଲେ ଯାହାଙ୍କ ଘର ଭବାନୀପାଟଣା ମନ୍ଦାରବଗିଚା ପଡା ବୋଲି ସୂଚନା ମିଳିଛି |

Udyog Nursery
Udyogi Nursery

ଡ୍ୟାମ ବୁଲିବାକୁ ଯାଇଥିବା ପାଞ୍ଚ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ମୃତ ସାଲୁ ପଣ୍ଡାଙ୍କ ସାଙ୍ଗ ନବନୀତ ସିଂ ଦିନ ୧୧ ଘଣ୍ଟା ୩୦ ମିନିଟ୍ ସମୟରେ ସାଲୁଙ୍କ ସାଲୁଙ୍କ ସମ୍ପର୍କୀୟ ଦୀଲ୍ଲିରେ ରହୁଥିବା ସାହିଲଙ୍କୁ ଫୋନ କରି କହିଲା କି ପାଞ୍ଚ ଜଣ ବନ୍ଧୁ ଢୁଶୁଗୁଡା ରେତ ଡ୍ୟାମକୁ ବୁଲିବାକୁ ଆସିଥିବା ସମୟରେ ସାଲୁ ଖସି ଯାଇ ଡ୍ୟାମ ଭିତରେ ପଡି ବୁଡି ଯାଇଛି | ଏହା ପରେ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲେ | ଏନ.ଡି.ଆର.ଏଫ ଓ ଅଗ୍ନିଶମ ବିଭାଗର ବହୁତ ଖୋଜା ଖୋଜି ପାରେ ଡ୍ୟାମରୁ ମୃତକ ଅବସ୍ଥାରେ ଗୁରୁବାର ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ସାଲୁ ପଣ୍ଡାଙ୍କ ଶବ ଉଦ୍ଧାର କରାଯାଇଛି | ଶବର ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଏବଂ ଶବର ଆଖିରୁ ଏବଂ କାନରୁ ରକ୍ତଶ୍ର୍ରାବ ହେଉଥିବା ପରିବାର ପକ୍ଷରୁ କୁହାଯାଉଛି |ପରିବାର ବର୍ଗ କହିବା ଅନୁଯାଇ ସାଲୁଙ୍କ ହତ୍ୟା କରାଯାଇଛି | ସାଲୁଙ୍କୁ ଚାରିଜଣ ସାଙ୍ଗ ଡ୍ୟାମ ର ଏକ ନିଷିଦ୍ଧାଞ୍ଚଳ କୁ ଡାକି ନେଇ ଯୋଜନାମୂଳକ ଭାବେ ପାଣିକୁ ଠେଲି ଦିଆଯାଇଥିବା ଅଭିଯୋଗ କରିଛନ୍ତି | ବ୍ୟବଛେଦ ପାଇଁ ମ. ରାମପୁରକୁ ପଠେଇଥିବା ସୂଚନା ମିଳିଛି |ତଦନ୍ତ ପରେ ଅସଲ ରହସ୍ୟ ସାମ୍ନାକୁ ଆସିବ ବୋଲି ନର୍ଲା ପୋଲିସ ପକ୍ଷରୁ କୁହାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.