ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭିନ୍ନକ୍ଷମ ମାନଙ୍କ ପାଇଁ ୫ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବା ବେଳେ ସେମାନଙ୍କୁ ଏଥିରୁ ବଂଚିତ କରାଯାଉଥିବାରୁ ଓଡିଶା ବିକଳାଙ୍ଗ ମଂଚର ରାଜ୍ୟ ସଭାପତି ନିରଜଂନ ବେହେରା ଓଡିଶାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାକୁ ନେଇ ମାନ୍ୟବର ନ୍ୟାୟାଳୟ ଉକ୍ତ ଆବାସ ଯୋଜନା ଉପରେ ଚଳିତ ମାସ ଜୁଲାଇ ୭ତାରିଖରେ ଓଡିଶା ସରକାରଙ୍କ ନିକଟକୁ ନୋଟିସ ପଠାଇଛନ୍ତି ଏବଂ ତତସହିତ ଚଳିତ ବର୍ଷ ରାଜ୍ୟର ୩୦ଟି ଜିଲ୍ଳା ମଧ୍ୟରେ ଆବାସ ଯୋଜନା ରେ ଭିନ୍ନକ୍ଷମମାନଙ୍କୁ କେତେ ଗୃହ ଆଂବଟନ କରାଯାଇଛି ଓ ଯଦିଓ ଆବଂଟନ କରାଯାଇ ନାହିଁ ତାହାର କାରଣ କଣ ରହିଛି ସମସ୍ତ ରିପୋର୍ଟ ଦାଖଲ କରିବା ପାଇଁ ଆଦେଶ ଦେଇଛନ୍ତି ବୋଲି ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ସଭାପତି ରାକେଶ ହିମିରିକା ଓ ସଂପାଦକ ଜଳନ୍ଧର ବାଚେଲି ପ୍ରକାଶ କରିଛନ୍ତି। ଓଡିଶାରେ ଥିବା ଭିନ୍ନକ୍ଷମମାନଙ୍କୁ ଆବାସ ଯୋଜନାରେ ଗୃହ ଆବଂଟନ ପାଇଁ ଭାରତ ସରକାର ୨୦୧୮ ଓ ୨୦୧୯ ମସିହାରେ ଏକାଧିକ ଥର ରାଜ୍ୟ ସରକାରଙ୍କ ଚିଠି କରିଥିବା ସତ୍ୱେ ଓଡିଶା ସରକାର ତାହାକୁ ଅଣଦେଖା କରିବା ସହିତ ଚଳିତ ବର୍ଷ ମଧ୍ୟ ଭିନ୍ନକ୍ଷମଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ଗୃହ ଯୋଗାଇଛନ୍ତି। ଫଳରେ ଭିନ୍ନକ୍ଷମମାନେ ଗୃହ ପାଇବାରୁ ବଂଚିତ ହୋଇଛନ୍ତି ତେଣୁ ଭିନ୍ନକ୍ଷମମାନଙ୍କୁ ଏହି ଯୋଜନା ଅନ୍ତର୍ଗତରେ ଗୃହ ଯୋଗାଇବା ପାଇଁ ଦୀର୍ଘ ଦିନରୁ ଜିଲ୍ଳାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ଅଧିକାରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମହାମହୀମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ନ ଥିବାରୁ ଚଳିତ ବର୍ଷର ଗତ ଜୁନ ମାସ ୨୧ତାରିଖରେ ଓଡିଶା ବିକଳାଙ୍ଗ ମଂଚର ରାଜ୍ୟ ସଭାପତି ନିରଂଜନ ବେହେରା ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋଲି ଜିଲ୍ଳା ସଭାପତି ଶ୍ରୀ ହିମିରିକା ଓ ସଂପାଦକ ଶ୍ରୀ ବାଚେଲି ପ୍ରକାଶ କରିଛନ୍ତି।