ଅର୍ଥ ବିଭାଗ ପାଇବା ପରେ ଶରଦ ପାଓ୍ବାରଙ୍କ ଘରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଟମଟ। ଶୁକ୍ରବାର ରାଜ୍ୟ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି ଯେଉଁଥିରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଭାର ଦିଆଯାଇଛି। ଏହି ସମୟରେ ଅଜିତ ପାୱାର ତାଙ୍କ ଦାଦା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ପହଞ୍ଚିଛନ୍ତି। ଏନସିପି ସହିତ ବିଦ୍ରୋହ ପରେ ପ୍ରଥମ ଥର ପାଇଁ ତାଙ୍କର ଶରଦ ପାଓ୍ବାରଙ୍କ ସହ ସାକ୍ଷାତ ହେବାକୁ ଯାଉଛି।

Omkar Vasthu
Omkar Vasthu

କୁହାଯାଉଛି ଯେ ଅଜିତ ପାୱାର ତାଙ୍କ ଦାଦାଙ୍କ ସହ କୌଣସି ରାଜନୈତିକ ସାକ୍ଷାତ କରିବେ ନାହିଁ କି ଆଲୋଚନା କରିବେ ନାହିଁ। ସୂଚନାନୁସାରେ, ଅଜିତ ପାୱାରଙ୍କ ଖୁଢୀ ପ୍ରତିଭା ପାୱାରଙ୍କୁ ଭେଟିବାକୁ ଯାଇଛନ୍ତି। ପ୍ରତିଭା ପାୱାରଙ୍କ ହାତ ଅପରେସନ୍ ହୋଇଛି। ଏଥି ସହିତ ଶରଦ ପାୱାରଙ୍କ ସହ ତାଙ୍କର ଦେଖା ହେବାର ଅଛି। ତେଣୁ ସମସ୍ତଙ୍କ ନଜର ରହିଛି ଏହି ଭେଟଘାଟ ବେଳେ କଣ ରହୁଛି ଦାଦା-ପୁତୁରାର ହାବଭାବ। ଶୁକ୍ରବାର ଶରଦ ପାଓ୍ବରଙ୍କ ଗୋଷ୍ଠୀର ମୁଖ୍ୟ ସଚେତକ ଜିତେନ୍ଦ୍ର ଅହୱାଦ୍ ଅଜିତଙ୍କ ଗୋଷ୍ଠୀର ୧୨ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୪୮ ଘଣ୍ଟାରେ ଉତ୍ତର ଦେବାକୁ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଅଜିତ ପାୱାର ଚଳିତ ମାସ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ବିଜେପି ନେତୃତ୍ୱାଧୀନ ସରକାର ସହ ମିଶି ଜୁଲାଇ ୨ ରେ ଦାଦା ଶରଦ ପାୱାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ତାଙ୍କ ସହ ୮ ଜଣ ବିଧାୟକ ହଠାତ୍ ରାଜ ଭବନରେ ପହଞ୍ଚିଥିଲେ, ଯେଉଁଠାରେ ସମସ୍ତେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ଶପଥ ଗ୍ରହଣ କରିବା ମାତ୍ରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ପାର୍ଟି ବିଭାଜିତ ହେବାପରେ ପୁତୁରା ନେଇଥିବା ପଦକ୍ଷେପ ନେଇ ଶରଦ ପାୱାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶପଥ ନେବା ପରେ ବିଭାଗ କଣ ମିଳିବ ସେ ନେଇ ସସପେନ୍ସ ରହିଥିଲା ଯାହା ଆଜି ପୂର୍ଣ୍ଣଛେଦ ପଡିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.