ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦୨୩-୨୪ ଶିକ୍ଷା ବର୍ଷ ମଝିରେ ପାଇଁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜାନକୀ ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଉମାଶଙ୍କର ଦୀପ, ପରିଚାଳନା କମିଟି ର ସଦସ୍ୟ ବୈଷ୍ଣବ ଦୁର୍ଗା, ରୁକ୍ମିଣୀ ରାଉତ, ନେପୁର ବାଗ, ମିନତି ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ପୋଷାକ ବିତରଣ ରେ ସହଯୋଗ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମାଜସେବୀ ଲାବାଣ୍ୟ ବାଣୁଆ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ଯୋଜନା ତଥା ବିଦ୍ୟାଳୟ କୁ ଆସୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସଚେତନ କରାଇଥିଲେ ଶିକ୍ଷକ କୋଟେଶ୍ବର ରାଓ, ସୁଜିତ ସାହୁ, ପର୍ଶୁରାମ ବାଣୁଆ, ଶଶି ଦଳପତି, ଚିନ୍ମୟ ପ୍ରଧାନୀ ,ଦିବ୍ୟନ୍ସି ଦୁର୍ଗା ସହଯୋଗ କରିଥିଲେ। ସର୍ବମୋଟ ୩୩୩ ଜଣ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବିତରଣ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.