ସାମାନ୍ୟ ବର୍ଷାରେ ଭାଙ୍ଗିଲା ଗାର୍ଡଓ୍ବାଲ; ଦୁଇ ଗାଁ ଲୋକଙ୍କ ପାଇଁ ବିପଦ, ଆନ୍ଦୋଳନ ପାଇଁ ସଜବାଜ

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବିଭାଗର ବେପରୁଆ କାର୍ଯ୍ୟ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତା ଘାଟର ବିକାଶ ପାଇଁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଥିବା ବେଳେ ଏହାର ସଫଳ ରୂପାୟନ ହୋଇପାରୁନାହଁ l ଏବେ ଅନେକ ଗାଁ ଅଛି ଲୋକେ ଯିବା ଆସିବା ବିଛିନ୍ନ ହୋଇପଡିଛି l ଏହାର ଜ୍ଜଲନ୍ତ ଉଦାହରଣ ରହିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ପଞ୍ଚାୟତ ସ୍ଥିତ ଲିଆକାନୀ ଗ୍ରାମରେ l ପ୍ରକାଶ ଯେ, ଏହି ଲିଆକାନୀ ଓ ବାବୁକେଲଗା ରାସ୍ତା ମଝିରେ ଏକ ପୋଲ ନିର୍ମାଣ କାଯ୍ୟ ଶେଷ ପଯ୍ୟାୟ ପହଂଚିଥିଲା l ଏହି ଗାଁ ପାଇଁ ଏକ ପୋଲର ଆବଶ୍ୟକ ହୋଇଥିଲା l କିନ୍ତୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବିଭାଗ ଦ୍ୱାରା ଟେଣ୍ଡର ହୋଇ ଠିକାଦାର କାମ ଆରମ୍ଭ କରି ପୋଲ ନିର୍ମାଣ କରି ଦୁଇ ପାର୍ଶ୍ୱରେ ଗାର୍ଡ ୱେଲ ମଧ୍ୟ ନିର୍ମାଣ କାଯ୍ୟ ସରିଯାଇ ପୋଲ ଉପରେ ପିଚୁ କିମ୍ବା କଂକ୍ରିଟ କାଯ୍ୟ ବାକି ରହିଥିଲା l ଚଳିତ ଲଘୁଚାପଜନିତ ବର୍ଷା ହେବା ଦ୍ୱାରା ରାସ୍ତା ଧୋଇ ଯିବା ସହ ପୋଲର ଦୁଇ ପାର୍ଶ୍ୱରେ ଥିବା ଗୋଟିଏ ଗାର୍ଡ ୱେଲ ଭାଙ୍ଗି ଚୁରମାର ହୋଇଯାଇଛି l ଅନ୍ୟ ଗାର୍ଡୱେଲ ଟି ମଧ୍ୟ କେତେ ବେଳେ ବି ଭାଙ୍ଗି ଯିବ ଓ ମାଟି ଧୋଇ ଯାଇ ଫାଟି ଆଁ କରିଛି l ବର୍ତମାନ ଲୋକେ ଏହି ରାସ୍ତା ଦେଇ ଯିବା ଆସିବା ବାଧା ସୃଷ୍ଟି କେଲାଣି l ଏଥିରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୋଲ ନିର୍ମାଣରେ ନିମ୍ନମାନର କାଯ୍ୟ ଗାର୍ଡ ୱେଲ ଭାଙ୍ଗି ଚୁରମାର ହୋଇଥିବା ଅନିୟମିତତା ଘଟଣା ସାମ୍ନାକୁ ଆସିଛି l ଏହି ପୋଲ ନିର୍ମାଣ ପାଇଁ କେତେ ଟଙ୍କା ଆସିଛି, ନିର୍ମାଣ କାମ କେବେ ସରିବ ତାହାର କୋଣସି ସୂଚନା ଫଳକ ମଧ୍ୟ ନାହିଁ l ଯାହାଫଳରେ ଅଞ୍ଚଳର ଜନସାଧାରଣ ଆର. ଡ଼ି. ବିଭାଗର କାଯ୍ୟକଳାପ କୁ ଲୋକେ ନାପସନ୍ଦ କରୁଛନ୍ତି l ଏହି ପୋଲ ନିର୍ମାଣ ଆରମ୍ଭ ହେବା ପରେ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ନିମ୍ନମାନର କାଯ୍ୟ ଚାଲିଛି ବୋଲି ଅବଗତ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନ ଥିଲେ l ଏପରିକି ସଇଁତଲା ଠାରେ ଏସଡ଼ିଓ ଅଫିସ ଥିବା ବେଳେ କୋଣସି କନିଷ୍ଠ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ମଧ୍ୟ ହେଡ଼କ୍ୱାଟରରେ ରହୁନାହିଁ l ଯାହା ଦ୍ୱାରା ଠିକାଦାରମାନେ ମନମୁଖୀ କାମ କରୁଥିବା ଅଭିଯୋଗ ହେଉଛି l ଯେତେ ବେଳେ ଇଚ୍ଛା ହେବ ବିଭାଗୀୟ ଅଧିକାରୀମାନେ ଆସି କାଯ୍ୟସ୍ଥଳ ବୁଲି ପୁଣି ନିଜ ବସା ସ୍ଥାନ ସହରକୁ ଫେରି ଯାଉଛନ୍ତି l ଏହା ସହିତ ଠିକାଦାର ପୋଲ ନିର୍ମାଣ ସମୟରେ ଚାଷୀମାନଙ୍କ ଚାଷ ଜମିରେ ବାଲି, ପଥର , ସିମେଣ୍ଟ, ମେଟାଲ, ଗେଠି , ଲୁହାଛଡ଼ ସାମଗ୍ରୀଗୁଡିକ ରଖି କାମ କରୁଥିଲେ l କିନ୍ତୁ କାମ ଶେଷ ପରେ ଠିକାଦାର କୋଣସି ସଫା ସୁତୁରା ନ କରି ଚାଷ ଜମିକୁ ଅବ୍ୟବସ୍ଥା କରି ଛାଡି ଫେରାର ହୋଇଗଲେ l ଫଳରେ ଚାଷୀମାନେ ଚାଷ ନ କରି ମୁଣ୍ଡରେ ହାତ ଦେଇ ଚିନ୍ତାରେ ପଡିଛନ୍ତି l ଅନ୍ୟପଟେ ଲିଆକାନୀ ଓ ବାବୁକେଲଗା ଲୋକେ ଉଭୟଙ୍କ ଚାଷଜମି ପୋଲ ପାଖରେ ଥିବା ବେଳେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ପୋଲର ପାର୍ଶ୍ୱରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଯାତାୟତରେ ବାଧା ଦେଖାଦେଲାଣି l ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀମନ୍ତ ପଣ୍ଡା ଙ୍କୁ ଫୋନ ଯୋଗେ ପଚାରିବାରୁ କାମ ସରି ନାହିଁ l ବର୍ଷା ସରିଲେ ପୁଣି ଠିକାଦାର କାମ ଆରମ୍ଭ କରିବ ବୋଲି କହିଥିଲେ l କିନ୍ତୁ ପୋଲ ନିର୍ମାଣ କାଯ୍ୟ ଶେଷ ପଯ୍ୟ୍ୟୟରେ ଥିବା ବେଳେ ଗାର୍ଡୱେଲ ଭାଙ୍ଗି ପୁଣି ମରାମତି ମାଗୁଥିବାରୁ ଅନିୟମିତତା କାଯ୍ୟ ଏବେ ଲୋକେ ଦେଖିଲେ l ଏଣୁ ଏହି ପୋଲ କାଯ୍ୟକୁ ଶୀଘ୍ର ମରାମତି କରିବା ପାଇଁ ବୁଢ଼ାବାହାଲ ପଞ୍ଚାୟତ ନାଏକ ସରପଞ୍ଚ ବିଜୟ ସେଲମା, ଲିଆକାନୀ ୱାର୍ଡ ମେମ୍ବର ବୁଇ ମାଝୀ, ମହାବୀର ସିଂ, ନୃପ ନାଗ, କ୍ଷମାନିଧି ସିଂ, ଦ୍ୱିତୀୟା ସାହୁ, ହରେ ସେଠ , କବିରାଜ ସାହୁ, ଦେବାର୍ଚ୍ଚନ ସେଲମା, ଲବ ଭୁଏ, ହେମସାଗର ମାଝୀ , ଗଜିନ୍ଦ୍ର ଭୁଏ, ରାମଚନ୍ଦ୍ର ସେଲମା, ପଦ୍ମିନୀ ବାରିକ ଙ୍କ ସମେତ ଲିଆକାନୀ ଓ ବାବୁକେଲଗା ଅଞ୍ଚଳବାସୀ ତରଫରୁ ଦାବୀ ହେଉଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.