ସୁବର୍ଣ୍ଣପୁର ବିଜେପି ପକ୍ଷରୁ ବିଭାଜନ ବିଭୀଷିକା ଅନୁଚିନ୍ତା ଦିବସ ପାଳିତ

ଆଗକୁ ଧର୍ମ ଓ ଜାତି ଭିତ୍ତିକ ଶିକାର ନ ହେଉ ଭାରତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବିଭାଜନ ବିଭୀଷିକା ଅନୁଚିନ୍ତା ଦିବସ ପାଳିତ ହୋଇ ଯାଇଛି।ସହରର ସ୍ଥାନୀୟ ପ୍ରଭାସ ଲଜ ସମ୍ମିଳନୀ କକ୍ଷରେ ଏହି ଦିବସ ପାଳନ କରାଯାଇ ଥିବା ବେଳେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ପୌରହିତ୍ୟରେ ଏହି ସ୍ମୃତି ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ସ୍ମୃତି ସଭାରେ ଭାରତବର୍ଷରେ ୧୯୪୭ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଭୌଗଳିକ ବିଭାଜନକୁ ବିଜେପି କାର୍ଯ୍ୟକର୍ତ୍ତା ମନେ ପକାଇ ସେ ଦିନର ବିଭୀଷିକା ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ରାଷ୍ଟ୍ରର ଭୌଗଳିକ ବିଭାଜନ ରାଷ୍ଟ୍ର ପାଇଁ ହିତକର ହୋଇ ନ ଥିବା ବେଳେ ସାଂସ୍କୃତିକ ଭାବେ ଅଖଣ୍ଡ ଭାରତ ନିର୍ମାଣ ପାଇଁ ସଭିଏଁ ଆଗେଇ ଆସିବା ପାଇଁ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଆହ୍ୱାନ ଦେଇଥିଲେ।ଆଗାମୀ ୨୦୪୭ ମସିହା ବେଳକୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ସହିତ ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ବର୍ଷକୁ ଏକ ଶକ୍ତିଶାଳୀ ଆର୍ଥିକ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଭିଏଁ ନିଜ ନିଜର କାର୍ଯ୍ୟ ନିଷ୍ଠାର ସହିତ କରିବା ପାଇଁ ଅନୁରୋଧ କରିଥିଲେ।ତେବେ ଗତ ୭୬ ବର୍ଷ ଭିତରେ ଭାରତ ବର୍ଷର ଭୌଗଳିକ ସୀମା ଅନେକ ସମୟରେ ପରିବର୍ତ୍ତନ ହୋଇଛି । ଭାରତ ବର୍ଷର ସ୍ୱାଧୀନ ସରକାର ଅନେକ ସମୟରେ ଭୀଷଣ ଯୁଦ୍ଧର ସମ୍ବୁଖିନ ହୋଇଥିବା ବେଳେ କେତେବେଳେ ବିଜୟ ତ ଆଉ କେତେବେଳେ ଯୁଦ୍ଧରେ ପରାଜୟର ସ୍ୱାଦ ଅନୁଭବ କରିଛି । ଆଗକୁ ଧର୍ମ ଭିତ୍ତିକ, ଜାତି ଭିତ୍ତିକ ବିଭାଜନ ର ଶିକାର ନ ହେଉ l ଇଂରେଜ ଲୋକେ ସୁ -ଚିନ୍ତିତ ଭାବେ କରିଥିବା ଏ ଚକ୍ରାନ୍ତ ପାଇଁ ଭାରତ ର କିଛି ସ୍ୱାର୍ଥ ବାଦୀ କ୍ଷମତା ଲିପଶୁ ରାଜ ନେତା ହିଁ ଦାୟୀ ଅଟନ୍ତି l ତେବେ ଶାନ୍ତିପ୍ରିୟ ଏହି ଭୂଖଣ୍ଡର ଅଧିବାସୀ ଏବେ ସାଂସ୍କୃତିକ ଯୁଦ୍ଧର ସମ୍ବୁଖିନ ହୋଇଥିବା ବେଳେ ସାଂସ୍କୃତିକ ଯୁଦ୍ଧରେ ବିଜୟୀ ହୋଇ ଅଖଣ୍ଡ ସାଂସ୍କୃତିକ ଭାରତ ବର୍ଷର ଗଠନ ଦିଗରେ ସଭିଏଁ ଉଦ୍ୟମରତ। ତେବେ ଏହା ନିକଟ ଭବିଷ୍ୟତରେ ଫଳବତୀ ହେବାର ଆଶା ରହିଛି ବୋଲି ଏହି ସ୍ମୃତି ସଭାରେ ବକ୍ତାମାନେ ନିଜ ନିଜର ମତ ପ୍ରକାଶ କରିଥିଲେ। ସଭାରେ ଜିଲ୍ଲା ର ଅଶୋକ ପୁଜାରୀ, ଉଷା କୁମାରୀ, ଆନନ୍ଦ ବାରିକ, ନିରଞ୍ଜନ ତ୍ରିପାଠୀ ଙ୍କ ସମେତ ଟାଉନ ର ଯୁବ କାଉନସିଲର ଗଙ୍ଗା ତାରିଆ, ସୁକାନ୍ତ ସାହୁ ଯୁବ ନେତା ସ୍ଵରୂପ ପାତ୍ର, ସୁରେଶ ବିଶ୍ଵାଳ, ଜଗତ ଜ୍ୟୋତି ତ୍ରିପାଠୀ, ଅନନ୍ତ ପାଣିଗ୍ରାହି, ସୁରୁବାବୁ ସାହୁ, ତ୍ରିଲୋଚନ ତରିଆଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.