ଶିକ୍ଷକ ନିଯୁକ୍ତି ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ବାହାଦୁର ପଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଦିଆଯାଇନଥିବାରୁ ଅଭିଭାବକ ଓ ଶିକ୍ଷାର୍ଥୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗରୁ ଅନେକ ଥର ଗ୍ରାମବାସୀମାନେ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କହିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୦୨ ଜଣ ଛାତ୍ରଛାତ୍ରୀଙ୍କୁ ୩ ଜଣ ଶିକ୍ଷକ ଅଛନ୍ତି। କିଛି ମାସ ତଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ହୋଇଥିଲା, ବଦଲରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯାହା ଫଳରେ ଆଜି ଗ୍ରାମବାସୀମାନେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଆନନ୍ଦ କୁମାର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ କେସିଙ୍ଗା ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ନରୋତ୍ତମ ଭାଟି, ପଥର୍ଲା ସରପଞ୍ଚ ଗୀତାଞ୍ଜଳୀ ଖର୍ସେଲ, ଯୁବ ସମାଜସେବୀ ମହିପାଳ ପୋଡ଼, ବିରଞ୍ଚିନାରାୟଣ ଖର୍ସେଲ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଲକ୍ଷପତି ମାଝୀ, ଜଳେଶ୍ବର ପୋଡ଼ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହା ପରେ ଦୁଇ ତିନି ଦିନ ପରେ ଜଣେ ଶିକ୍ଷକ ନିଯୁକ୍ତି ଦିଆଯିବ ଓ କିଛି ଦିନ ପରେ ଆଉ ଅନ୍ୟ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ବିଇଓ ଶ୍ରୀ ବେହେରା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.