ରିଷିଗାଁ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିଷିଗାଁ ଆଂଚଳିକ ସାଧନ କେନ୍ଦ୍ର ର କ୍ଳଷ୍ଟର ସ୍ତରୀୟ “ନିପୁଣ ଓଡିଶା ମେଳା” ସି. ଆର.ସି. ସି. ବୈକୁଣ୍ଠ ବେମାଲଙ୍କ ନେତୃତ୍ୱରେ ସ୍ଥାନୀୟ ରୋଜନାଗୁଡା ପ୍ରାଥମିକ ବିଦ୍ୟାଳୟ ଠାରେ ମହା ଉତ୍ସାହପୂର୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଉଦ୍ଘାଟନୀ ସଭାରେ ମୁଖ ଅତିଥି ଭାବରେ କୁଳିଆମାଲ ପଞ୍ଚୟତ ସରପଞ୍ଚ ଜାମିନି ସାହୁ, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଦିକେଶ ନାଏକ, ସମ୍ମାନିତ ଅତିଥି ଭାବରେ ବିଷ୍ଣୁପ୍ରିୟା ଦୁର୍ଗା ସରପଞ୍ଚ ମାଲଗାଁ ପଞ୍ଚାୟତ, ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ରିଷିଗାଁ ଉଚ୍ଚ ବିଦ୍ୟାଳୟରର ପ୍ରଧାନ ଶିକ୍ଷ୍ୟୟତ୍ରୀ ଅନିତା ମହାନ୍ତି, କୁଳିଆମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟୟତ୍ରୀ ନଳିନୀ କୁମାରୀ କଁହର, ପ୍ରମୁଖ ମଞ୍ଚସିନ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାସହ ଟି.ଏଲ.ଏମ୍.ମେଳାର ଷ୍ଟଲ ଗୁଡିକୁ ଫିତା କାଟି ଉନ୍ମୋଚନ କରିଥିଲେ। ଏହି କ୍ଲଷ୍ଟର ସ୍ତରୀୟ ମେଳାରେ ରିଷିଗାଁ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଏଫ.ଏଲ.ଏନ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଏବଂ ଅବିଭାବକ, ଅବିଭାବିକା, ଏସ.ଏମ୍.ସି. ସଦସ୍ୟ, ପି.ଆର.ଆଇ. ମେମ୍ବର, ଅଙ୍ଗନବାଡି କର୍ମୀ ମାନେ ଯୋଗଦାନ କରି, ଟି. ଏଲ.ଏମ୍. ଷ୍ଟଲ ଯଥା -ସାକ୍ଷରତା, ମୌଳିକ ସଂଖ୍ୟାଜ୍ଞାନ, ସୃଜନଶୀଳ, ମତାମତ ଷ୍ଟଲ ନାମରେ ଚାରୋଟି ଷ୍ଟଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷ୍ୟୟତ୍ରୀ ପ୍ରଦର୍ଶିତ ଶିକ୍ଷଣ ସାମଗ୍ରୀ ଗୁଡିକର ବ୍ୟବହାର କିପରି ପ୍ରାଥମିକ ଶିକ୍ଷକୁ ସୁଦୃଢ ଓ ଆନନ୍ଦଦାୟୀ କରିବା ନିମନ୍ତେ ଟି.ଏଲ,.ଏମ୍.ର ଆବଶ୍ୟକତା ଉପରେ ସମସ୍ତେ ଗୁରୁତ୍ୱ ଅରୋପ କରିଥିଲେ। ଭୋଜନ ବିରତି ପରେ ପରେ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବରେ ଏ.ବି.ଇ. ଓ.ହୃଷିକେଶ ନାଏକ, ଏବଂ ସଂମାନିତ ଅତିଥୀ ବୃନ୍ଦ ଯୋଗଦାନ କରିଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଅବିଭାବିକା ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ନିପୁଣ ମେଳାରେ ସଭାକାର୍ଯ୍ୟ ବରିଷ୍ଠ ଶିକ୍ଷକ ଅନିଲ କୁମାର ନାଏକ ପରିଚାଳନା କରିଥିଲେ ଏବଂ ଆୟୋଜକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷମାନିଧି ପଟେଲ ଧନ୍ୟବାଦ ଅର୍ପଣ କରିଥିବା ବେକେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଭଳି ପ୍ରୋତ୍ସାହନ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ଓ ଆନନ୍ଦଦାୟୀ କରି ଗଢିତୋଳିବାର ଅଭିନବ ପ୍ରୟାସ ସର୍ବସାଧାରଣ ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇପାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.