ପୋଲିସ୍ କନଷ୍ଟେବଳ ଦିଲିପ ମିଶ୍ରଙ୍କ ମୃତ୍ୟୁ: ଜିଲ୍ଲା ପୋଲିସ୍ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ପୋଲିସର ୧୯୯୭ ବ୍ୟାଚ୍ ର କନେଷ୍ଟବଳ ଦିଲିପ ମିଶ୍ରଙ୍କ ହୃଦଘାତରେ ମୃତ୍ୟୁ। ଗତରାତି ଜିଲ୍ଲା ର ବିନିକା ଥାନା ପାପକ୍ଷୟ ମହୋତ୍ସବରେ ଡିଉଟି ସାରି ରାତି ଥାନା ବାରକ୍ ରେ ସେ ରାତ୍ରିଯାପନ କରିଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳୁ ନ ଉଠିବାରୁ ସହକର୍ମୀ ମାନେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଖବର ଦେବା ପରେ ଡାକ୍ତର ତାଙ୍କୁ ଦେଖି ମୃତ୍ୟୁ ଘୋଷଣା କରିଥିବା ବେଳେ ଏହା ଜଣାପଡ଼ିବା ପରେ ଶୋକର ଛାୟା ଖେଳିଯାଇଛି। ପରେ ରିଜର୍ଭ ପୋଲିସ୍ ପଡିଆରେ ସ୍ୱର୍ଗୀୟ ଦିଲିପଙ୍କୁ ଜିଲ୍ଲା ପୋଲିସ୍ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏସପି ସୁବର୍ଣ୍ଣପୁର ରାମ ପ୍ରସାଦ ସାହୁ ମର ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ଵାସନା ଦେଇଥିଲେ। ଏହି ଶୋକ ସଭାରେ ଉଭୟ ଜିଲ୍ଲା ଉପ-ଆରକ୍ଷୀ ଅଧିକ୍ଷକ, ଏସଡିପିଓ ତଥା ଜିଲ୍ଲା ଆରକ୍ଷୀ ବାହିନୀର ସମସ୍ତ ଉଚ୍ଚ ପଦାଧିକାରୀ କର୍ମଚାରୀ ସ୍ଵର୍ଗତ ଦିଲିପଙ୍କ ମର ଶରୀରରେ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ରାମେଶ୍ବର ଶ୍ମଶାନ ଠାରେ ତାଙ୍କ ଅନ୍ତେଷ୍ଟିକ୍ରୀୟ କରାଯାଇଛି। ସ୍ଵର୍ଗତ ଦିଲିପ ଜିଲ୍ଲା ପୋଲିସର ଜଣେ ସରଳ, ମେଳାପି ଓ ଅମାୟିକ ବ୍ୟକ୍ତି ଥିଲେ ବୋଲି ଜିଲ୍ଲା ହାବିଲଦାର କନେଷ୍ଟବଳ ଶାଖା ସଂଘ ସଭାପତି ଦିନେଶ ମିଶ୍ର କହିଛନ୍ତି। ଏହି ବରଗଡ଼ ଜିଲ୍ଲା ପୋଲିସ କନେଷ୍ଟବଳ ସଂଘର ସଭାପତି ସନତ ହୋତା ତଥା ସ୍ଥାନୀୟ ପୋଲିସ ଓ କନଷ୍ଟେବଲ ବାହିନୀର ବହୁ କର୍ମକର୍ତା ଶୋକସଭା ରେ ଉପସ୍ଥିତ ରହିବା ସହ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.