ସର୍ପାଘାତରେ ମହିଳାଙ୍କ ମୃତ୍ୟୁ

ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଉଠିଲା ଦାବୀ

କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗାନ୍ଧୀନଗର ପଡାର ଜନୈକ ବିବାହିତା ମହିଳାଙ୍କ ସର୍ପାଘାତରେ ମୃତୁହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ଟଙ୍କଧର ସୁନାଙ୍କ ସ୍ତ୍ରୀ ମନକାନ୍ତି ସୁନା (୪୦)। ଗତକାଲି ସନ୍ଧ୍ୟାରେ ତାକୁ କୌଣସି ବିଷାକ୍ତ ସାପ କାମୁଡି ଦେବାରୁ ପରିବାର ଲୋକେ କର୍ଲାମୁଣ୍ଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମ.ରାମପୁର ଠାରେ ଶବବ୍ୟବଛେଦ କଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସନ୍ଧ୍ୟାରେ ଶବସତ୍କାର କରାଯାଇଛି । ଏନେଇ ମ ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା (କେଶ ନଂ -୧୬) ରୁଜୁ କରାଯାଇଥିବା ରିଷିଡା ଫାଣ୍ଡି ଅଧିକାରୀ ଲବରମ ଛତ୍ରିଆ ସୂଚନା ଦେଇଛନ୍ତି । ମୃତକଙ୍କର ତିନୋଟି ସନ୍ତାନ ଅଛନ୍ତି । ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Clickhere to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.