ଟାଙ୍ଗନକନା ଡ୍ୟାମ ନିକଟରେ ପଡ଼ି ରହିଥିଲା ତାଙ୍କ ବ୍ୟବହୃତ କାର
ଲାଞ୍ଜିଗଡ: ଲାଞ୍ଜିଗଡ ବେଦାନ୍ତ କମ୍ପାନୀର ଜଣେ କର୍ମଚାରୀ ନିଖୋଜ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ପ୍ରାପ୍ତ ସୂଚନା ଆଧାରରେ ଲାଞ୍ଜିଗଡ ବେଦାନ୍ତ କର୍ମଚାରୀ ପ୍ରତ୍ୟୁଷ କୁମାର ପ୍ରଧାନ ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ହୋଇଯାଇଛନ୍ତି। ମଙ୍ଗଳବାର ଦିନ ସନ୍ଧ୍ୟା ସାଡେ ୬ ଘଣ୍ଟା ସମୟରେ ଲାଞ୍ଜିଗଡ ମାର୍କେଟ ଅଞ୍ଚଳରେ ଏକ ଧଳାରଙ୍ଗର ହୁଣ୍ଡାଇ ଆଇ ୨୦ କାର୍ (ଓଡ଼ି-୦୨ଏଡି୮୪୭୧) ଚଳାଉଥିବା ଦେଖାଯାଇଥିଲା। ଏହା ପରଠାରୁ ଆଉ ତାଙ୍କର ଦେଖା ଦର୍ଶନ ମିଳିନଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କର ନିଖୋଜକୁ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି। ଲାଞ୍ଜିଗଡ଼ ପୋଲିସ ମିସିଙ୍ଗ କେସ ନଂ ୩ ରେ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ଅନ୍ୟପଟେ ବୁଧବାର ରାତ୍ର ୯ ଘଣ୍ଟା ସମୟରେ ହୋଣ୍ଡାଇ କାର୍ ଲାଞ୍ଜିଗଡ଼ ଠାରୁ ୩ କିମି ଦୂର ଟାଙ୍ଗନକନା ଡ୍ୟାମ ପାଖରେ ଥିବା ଖବର ପାଇ ଲାଞ୍ଜିଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in