ଜେକେପୁରର ୫ଜଣ ଡେଙ୍ଗୁରେ ଆକ୍ରାନ୍ତ ପରେ ବ୍ରହ୍ମପୁର ଏମକେସିଜି ମେଡିକଲରେ ଭର୍ତ୍ତି

ରାୟଗଡ, ୩୦|୮ (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଚାନ୍ଦିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଜେକେପୁର ସ୍ଥିତ ଗୁପ୍ତା କଲୋନୀର କବିଚନ୍ଦ୍ର ପଣ୍ଡାଙ୍କ ସ୍ତ୍ରୀ ନନ୍ଦିନୀ ପଣ୍ଡା (୫୦) ଓ ପୁଅ ବିକାଶ ପଣ୍ଡା (୨୩), କାଳିଦାସ ଲେନ୍‌’ର ସନ୍ତୋଷ ରାଉତଙ୍କ ପୁଅ ଶୁଭ୍ରାଂଶୁ ରାଉତ (୧୦), ନୂଆପଡା ସାହିର ପିଙ୍କୁ ବାଗଙ୍କ ସଂପର୍କୀୟ ଡମ୍ବୁରୁଧର ନାଗ (୧୮) ଓ ଆଜାଦ ନଗରର ମୁକାମଲ ଖାଁ ମୋଟ ୫ଜଣ ଡେଙ୍ଗୁରୋଗୀ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକଲର ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଏମାନଙ୍କ ମଧ୍ୟରେ ଡମ୍ବୁରୁଧର ବାଗଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ଥିବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସିତ କରାଯାଉଛି ।

Omkar Vasthu
Omkar Vasthu


ବ୍ରହ୍ମପୁର ଏମକେସିଜି ମେଡିକଲର ଡେଙ୍ଗୁ ୱାର୍ଡର ବେଡ ନମ୍ବର ୪୨ ଓ ୩୮ରେ ଗତ ଅଗଷ୍ଟ ୨୬ ତାରିଖରେ ଗୁପ୍ତା କଲୋନୀର ଶ୍ରୀମତି ପଣ୍ଡା ଓ ତାଙ୍କ ପୁଅ ବିକାଶ ଭର୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ୨୮ ତାରିଖରେ ବେଡ ନମ୍ବର ୩୬ରେ କାଳିଦାସ ଲେନ’ର ଶୁଭ୍ରାଂଶୁ ଏବଂ ୨୯ ତାରିଖରେ ବେଡ ନମ୍ବର ୩୭ରେ ଡମ୍ବୁରୁଧର ନାଗ ଏବଂ ବେଡ ନମ୍ବର ୧୦୫ରେ ଆଜାଦ ନଗରର ମୁକାମଲ ଖାଁ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେହିପରି ଦଶ ବର୍ଷିୟ ଶୁଭ୍ରାଂଶୁ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥିମକ ଚିିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଜେକେପୁର ଅଂଚଳରେ ସ୍ୱଚ୍ଛତା ଅଭିଯାନକୁ ଉଭୟ ଜେକେ କାଗଜ କଳ ଏବଂ ପଂଚାୟତ କାର୍ଯ୍ୟାଳୟ ତରଫରୁ ବେଶ୍ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଏଠାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ବିଷୟ ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହିପରି ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମଧ୍ୟ ଜେକେପୁରରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ନିଜ ଆଖ ପାଖରେ ପାଣି ଜମୁଥିବା ସ୍ଥାନଗୁଡିକ ସଫା ସୁତୁରା ରଖିବା ପାଇଁ ସଚେତନ କରାଯାଇଥିଲେ ମଧ୍ୟ ପରିମଳ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପ୍ରଶାସନ ଅଣଦେଖା କରିଥିବା ଅଭିଯୋଗ ହେଉଛି । ଚଳିତ ବର୍ଷ ଜେକେପୁରରୁ ପ୍ରଥମ ଡେଙ୍ଗୁ ରୋଗୀ ଗତ ଅଗଷ୍ଟ ୧୦ ତାରିଖରେ ଚିହ୍ନଟ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଇ ଜେକେପୁରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିଲା । ନିୟୋଜିତ ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ଅଧିକ ଦିନ ଧରି କେଉଁ ସ୍ଥାନରେ ପାଣି ଜମା ହେଲେ ତାହାକୁ ସଫା ସୁତୁରା କରିବା ପାଇଁ ଏବଂ ନିଷ୍କାସନ ବ୍ୟବସ୍ଥା ପାଇଁ ସଚେତନ କରୁଥିଲେ । ତଥାପି ପୁଣି ଆଉ ତିନିଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବାରୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପାଖେ ସରକାରୀ ତଥ୍ୟ ଭାବେ ୪ଜଣଙ୍କ ରିପୋର୍ଟ ଆଜି ପର୍ଯ୍ୟନ୍ତ ରହିଥିବା ବେଳେ ବେସରକାରୀ ତଥ୍ୟ ଭାବେ ଏହା ଆଜକୁ ୮ଜଣ ରହିଥିବା ଜଣାପଡୁଛି । ଅଗଷ୍ଟ ମାସ ଶେଷ ବେଳକୁ ପୁଣି ଥରେ ଏକାଥରକେ ୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଘଟଣା ସମଗ୍ର ଅଂଚଳରେ ଭୟର ବାତାବରଣ ସୃଷ୍ଟି କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.