ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୋକସରା, ୩୦|୮ (ହିରଣ୍ୟ ବେହେରା): ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଷ୍ଟ୍ରୀୟ ତରୁପୁତ୍ର ମହାଯଜ୍ଞ ଓ ଶାନ୍ତିକୁଞ୍ଜ ହରିଦ୍ୱାର ତତ୍ୱାବଧାନରେ କୋକସରା ବ୍ଲକ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ଗଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିବ ମନ୍ଦିର ଠାରୁ ଏକ ଆଧ୍ୟାତ୍ମିକ ପରିବେଶରେ ଶୋଭାଯାତ୍ରାରେ ବାହାରି ନଗର କୀର୍ତ୍ତନ ସହ ବୃକ୍ଷ ରୋପଣ ସ୍ଥଳରେ ପହଂଚିଥିଲେ ଗାୟତ୍ରୀ ପରିବାର।

Omkar Vasthu
Omkar Vasthu


କୋକସରା ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ଥିବା ପଡିଆ ରେ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା। ପ୍ରଜ୍ଞାପିଠ ଟ୍ରଷ୍ଟ କୋକସରା ପ୍ରୟାସ ରେ ୩୫୦ ତରୁପୁତ୍ର ବୃକ୍ଷ ରୋପଣ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମନ୍ୱୟ ସମିତି ର ସଂଯୋଜକ ବାସୁଦେବ ଯୋଶୀ ତରୁପୁତ୍ର ଯଜ୍ଞ ପରିଚାଳନା କରିଥିଲେ। କୋକସରା ବ୍ଲକ ଗାୟତ୍ରୀ ପରିବାର ପରିଜନ ଓ ମହିଳା ମଣ୍ଡଳ ଯୁବା ମଣ୍ଡଳ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.