ଅନନ୍ୟ ପରମ୍ପରା: ନୂଆଖାଇ ପୂର୍ବରୁ ରୁଗିବଲା

କଳାହାଣ୍ଡି, ୧୦|୯ (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ମୁଖ୍ୟ ଗଣପର୍ବ “ନୂଆଖାଇ” । ବର୍ଷର ପ୍ରଥମ ମୁଖ୍ୟ ଫସଲ ନୂଆ ଭାବରେ ଫଳିଥିବା ଧାନ ଯାହାକୁ କି ଲକ୍ଷ୍ମୀ ବୋଲି ବିଦିତ କରାଯାଉଛି । ତାକୁ ସମ୍ମାନର ସହିତ ପୂଜା କରି, ଗ୍ରାମଦେବୀଙ୍କ ନିକଟରେ ସମର୍ପଣ କରି ଭକ୍ଷଣ କରିବା ପରମ୍ପରାକୁ ହିଁ ନୂଆଖାଇ କୁହାଯାଏ । ଏହା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଗଣେଶପୂଜା ପଅର ଦିନ ଅନୁଷ୍ଠିତ ହୋଇଥାଏ । ପଶ୍ଚିମ ଓଡିଶାର ଏହାଏକ ଅନନ୍ୟ ପରମ୍ପରା । ଏହି ନବାନ୍ନ ପୂର୍ବରୁ ଆହୁରି ଅନେକ ବିଧି ଓ ପରମ୍ପରା ରହିଛି । ଗ୍ରାମଦେବୀ ଧରଣୀ ଦେବୀଙ୍କ ନିକଟରେ ଏଥିପାଇଁ ପୂର୍ବରୁ କେତେକ ବିଧି ବିଧାନରେ ପୂଜା ଆରମ୍ଭ କରାଯାଇଥାଏ । ଗାଁ ର ଗୈାନ୍ତିଆ, ଜାନୀ, ଝାଙ୍କର, ଗଣା ଗାଁ ଲୋକଙ୍କ ଉପସ୍ଥିତିରେ ଗ୍ରାମର ଧରଣୀ ଦେବୀଙ୍କ ଠାରେ ପୂଜା କରିଥାନ୍ତି । ଏହି ପରମ୍ପରା ମାନଙ୍କ ମଧ୍ୟରେ “ରୁଗିବଲା” ପରମ୍ପରା ଅନନ୍ୟ । ନୂଆଖାଇ ପୂର୍ବରୁ ପଡୁଥିବା ମଙ୍ଗଳବାର କିମ୍ବା ଶନିବାର ଦିନ ଏହି “ରୁଗିବଲା” ଅନୁଷ୍ଠିତ ହୋଇଥାଏ । ନୂଆଖାଇ ପାଇଁ ଲୋକେ ନୂଆ ବସ୍ତ୍ର କରିବା ସହିତ ମାଟିଘର କୁ ଲିପା ପୋଛା କରିବା । ଅଳନ୍ଧୁ ଅଳିଆ, ବାସନ, ଖଟ ପଲଙ୍କ, ଘର ଚାରିପାଖ ଘାସ ବୁଦା ପ୍ରଭୃତି ସଫା କରିଥାନ୍ତି ।ଏହାବାଦ୍ ନୂଆଖାଇ ପୂର୍ବ ଦିନ ପାଳିତ ହୋଇଥାଏ ପାରମ୍ପାରିକ “ରୁଗିବଲା” । ଏହାର ଅର୍ଥ ଗ୍ରାମରେ ଯେତେ ରୋଗ, ଦୁଃଖ ରହିଥିବ ତାକୁ ପୂଜା ମାଧ୍ୟମରେ ବିଦାକରିବାର ପର୍ବ ହିଁ “ରୁଗିବଲା” ପର୍ବ । ଏହା ବିଶେଷତଃ ଆଦିବାସୀଙ୍କ ପରମ୍ପରା ଓ ପୂଜା । ନର୍ଲା ବ୍ଲକର ଅନେକ ଗ୍ରାମରେ ଆଜି ଅନୁଷ୍ଠିତ ହେଉଛି “ରୁଗିବଲା” ପର୍ବ । ଏହି କ୍ରମରେ ଆଜି ସର୍ଗିଗୁଡା ଗ୍ରାମର ଜାନୀ ଅପିନ୍ଦ୍ର ମାଝୀ, ଝାକର ଦେବାର୍ଚ୍ଚନ ମାଝୀ, ଗୈାନ୍ତିଆ ଶେଷଦେବ ନାଏକ, ପୂଜା ସହଯୋଗୀ ଘାସି ମାଝୀ, ବରୁଣ ବଗର୍ତ୍ତି ପ୍ରମୁଖ ସକାଳୁ ଆସି ଗାଁରେ ଘୋଷଣା କଲେ “ରୁଗିବଲା” ପାଇଁ “ଅକତା ପତ୍ର” କାଢିବାକୁ । ଗାଁର ପ୍ରତ୍ୟେକ ଘରୁ ଦୁବ, ଚାଉଳ, ଧୂପ, ଦୀପ କାଢି ଗାଁ ମଝିରେ ରଖାଗଲା । ଏହାପରେ ଧୁପ, ଦୀପ, ଚାଉଳ, ଦୁବ ସହ କୁକୁଡା ଓ ଦକ୍ଷିଣା ନେଇ ଯାଇଥିଲେ ଗ୍ରାମଦେବୀ ଧରଣୀ ନିକଟକୁ । ସେଠାରେ ପୂଜାବିଧି କରି ଧରଣୀଙ୍କୁ ସମର୍ପଣ କରାଯାଇଛି ସେସବୁ । ଆସନ୍ତା କାଲି ଗ୍ରାମଦେବୀଙ୍କୁ ବଳିଭୋଗ ପ୍ରଦାନ କରାଯିବା ପରେ ନୂଆଖାଇ ଅନୁଷ୍ଠିତ ହେବ । ସର୍ଗିଗୁଡା ଗ୍ରାମର “ରୁଗିବଲା” ପର୍ବ ଆଜି ଶୁକ୍ରବାର ସମ୍ପନ୍ନ ହୋଇଥିବା ବେଳେ ଗ୍ରାମର ଗୈାନ୍ତିଆ ପରିବାରର ସଦସ୍ୟ ବିରେନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ, କୁମୁଦ ଚନ୍ଦ୍ର ନାଏକ ଏବଂ ଅନ୍ୟ ବରିଷ୍ଠ ପ୍ରମୁଖ ଗ୍ରାମବାସୀଙ୍କ ମଧ୍ୟରେ ଭିକାରୀ ଚରଣ ପୋଢ, ଜହରଲାଲ ବିଶ୍ୱାଳ, ମୋହନ ସାହୁ, ଗୌରାଙ୍ଗ ବିଶ୍ୱାଳ, ୱାର୍ଡ ସଭ୍ୟ ଭୈରବ ପୋଢ, ପ୍ରଫୁଲ୍ଲ ନାଗ, ଶଙ୍କର ଗଉଡ ପ୍ରମୁଖ “ରୁଗିବଲା” କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି “ରୁଗିବଲା” ମଧ୍ୟ ଏକ ସ୍ୱଚ୍ଛତାର ପରମ୍ପରା କହିଲେ ଅତ୍ୟୁକ୍ତି ହେବ ନାହିଁ । କାହିଁ କେଉଁ ଆଦିମ କାଳରୁ ଏହି ସ୍ୱଚ୍ଛତା ଓ ନିରାମୟର ପରମ୍ପରା “ରୁଗିବଲା” ଅନୁଷ୍ଠିତ ହୋଇ ଆସୁଛି । ଏହି ରୁଗିବଲା ପୂଜା ମାଧ୍ୟମରେ ରୋଗକୁ ବାଟେଇ ( ବିଦାକରି) ଦିଆଯାଇଥାଏ । ଫଳରେ ଗ୍ରାମଦେବୀ “ଧର୍ନୀ” ଗ୍ରାମକୁ ନିରୋଗ ଓ ସ୍ୱଚ୍ଛ ରଖିଥାନ୍ତି ବୋଲି ବିଶ୍ୱାସ ରହିଆସିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.