ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପୋଷଣ ମାହ ଅଭିଯାନ ପାଲିତ

ଲାଞ୍ଜିଗଡ଼/ମ.ରାମପୁର, ୧୦|୯: ଦେଶକୁ ସମୃଦ୍ଧ ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ଏକ ସୁସ୍ଥ ସମାଜର ଆବଶ୍ୟକ। ଏହି ସୁସ୍ଥ ସମାଜ ସେତେବେଳେ ଗଠନ ହୋଇପାରିବ ଯେତେବେଳେ ଆମେ ସୁସ୍ଥ ରହିବା। ଏହାକୁ ଆଖି ଆଗରେ ରଖି ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ମ.ରାମପୁର ବ୍ଲକ ଝଲିଆଗୋଭା ଗ୍ରାମର ଅଗନୱାଡି କେନ୍ଦ୍ରଠାରେ ପୋଷଣ ମାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ଜାତୀୟ ସ୍ବେଚ୍ଛାସେବୀ ରାହୁଲ ତାଣ୍ଡି କହିଥିଲେ ଯେ, ଗର୍ଭବତୀ ମା ମାନଙ୍କୁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଥାଏ, ତେଣୁ ସେମାନଙ୍କ ଗର୍ଭ ଧାରଣ ଠାରୁ ଆରମ୍ଭ କରି ପିଲାର ତୃତୀୟ ଜନ୍ମଦିନ ପର୍ଯ୍ୟନ୍ତ ତଥା ଏକ ହଜାର ଦିନ ପଯ୍ୟନ୍ତ ଠିକ ପୋଷଣ ଲାଳନ ପାଳନ କରିବା ନିହାତି ଆବଶ୍ୟକ। ଏହାସହ ଡ଼ାଇରିଆ ରୋଗରୁ ରକ୍ଷା ପାଇବା ପାଇଁ ଚିନି, ଲୁଣ, ପାଣିରୁ ପ୍ରସ୍ତୁତ ଦ୍ରବ୍ୟ ଓ.ଆର.ଏସ. ଜିଙ୍ଗ୍ ଯୁକ୍ତ ଖାଦ୍ୟ, ଫଳମୂଳ ଭରପୁର ମାତ୍ରାରେ ଗ୍ରହଣ କରିବା ନିତ୍ୟନ୍ତ ଆବଶ୍ୟକ। ପିଲା ଠୁ ଆରମ୍ଭ କରି ବୃଦ୍ଧ ପଯ୍ୟନ୍ତ ସୁସ୍ଥ ଜୀବନ ଜାପନ ଲାଗି ପୁଷ୍ଟକ ଆହାର ସବୁଜ ପନିପରିବା ଫଳ ମୂଳ, ଠିକ ସମୟରେ ନିୟମିତ ଭାବରେ ଖାଇବା ଏକାନ୍ତ ଆବଶ୍ୟକ ଏବଂ ପରିଷ୍କାର ସ୍ୱଚ୍ଛତା ପରିଛନ୍ନ ରହିବା ବୋଲି ଜଣେଇ ଥିଲେ।

ଆମେ ସମସ୍ତେ ଏହି ସବୁ କଥା କୁ ମାନି ବା ଓ ସଫତ ନେବା ଓ ଭାରତ କୁ କୁପୋଷଣ ରୁ ଦୁର କରି ଏକ ସୁସ୍ଥ ସମାଜ ଗଠନ କରିବା ବୋଲି ଜାତୀୟ ସ୍ୱେଚ୍ଛା ସେବି ରାହୁଲ ତାଣ୍ଡି ଉକ୍ତ କାଯ୍ୟକ୍ରମରେ ସମସ୍ତେଙ୍କୁ ଜଣେଇ ଥିଲେ। ଏଥିରେ ଝଲିଆଗୋଭା ଗ୍ରାମର ଅଗନୱାଡି ପଞ୍ଜାବୀ ସୁନା, ଏ.ଏନ.ଏମ. ପାର୍ବତୀ ମହନ୍ତ, ଆଶା ଉଦୟନା ଭାଉ ଉପସ୍ଥିତ ରହିଥିଲେ। ଏନୱାଇଭି ବିକାଶ ସୁନା କାଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପପୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.