ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ: ଖବର ପ୍ରସାରଣ ପରେ ବନ୍ଦ ହେଲା ଶିଶୁ ଶ୍ରମିକ ନିୟୋଜନ

ଓଡ଼ିଆ ବାର୍ତ୍ତା ପ୍ରଭାବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ଚାଲିଛି କେସିଙ୍ଗା ବ୍ଲକ ମଶାଣିବନ୍ଧ ଠାରୁ ନର୍ଲା ବ୍ଲକର ବୁଢିପଦର ପର୍ଯ୍ୟନ୍ତ ରାସ୍ତା କାମ । ୭ କିମିରୁ ଉର୍ଦ୍ଧ୍ବ ପରିମିତ ଏହି ସଡକ ପାଇଁ ପ୍ରାୟ ୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଟିଟିଲାଗଡ଼ର ଠିକାଦାର ବିନୋଦ ଅଗ୍ରୱାଲ ଏହି କାମର ଟେଣ୍ଡର ପାଇଥିବା ଜଣାପଡିଛି । ଏପଟେ ରାସ୍ତା ନିର୍ମାଣର ପ୍ରାରମ୍ଭିକ ସମୟରୁ ହିଁ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତାର ସ୍ଥାନେ ସ୍ଥାନେ ଚାଲିଥିବା ପୋଲ ନିର୍ମାଣରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଦେଖାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଏହି ଶିଶୁ ଶ୍ରମିକ ମାନେ ମୁଣ୍ଡରେ କଢ଼େଇ ବୋହି ଟାଣ ଖରାରେ ଦିନ ୧୨ଟା ଯାଏଁ କାମ କରୁଥିଲେ । ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଥିଲେ । ଏହା ବ୍ୟତିରେକ ଠିକା ସଂସ୍ଥା ପୁରୁଣା ରାସ୍ତାକୁ ନ ଖୋଲି ତା’ ଉପରେ ମାଟି ପକାଇବା । ରାସ୍ତାର କେତେକ ସ୍ଥାନରେ ଅନୁପଯୁକ୍ତ ଚିକିଟା ମାଟି ପକାଇ ତା’ ଉପରେ ମୋରମ ପକାଇବା । ଗ୍ରାମବାସୀଙ୍କ ବାରଣ ସତ୍ତ୍ୱେ ମଧ୍ୟ ସରକାରୀ ଜମିରୁ ମାଟି ଉଠାଇବା । ବୁଢିପଦର ଚଞ୍ଚରା ପଡ଼ାର ୫ଜଣ ନିରିହ ଲୋକଙ୍କ ଘର ପାଖ ସିଧା ରାସ୍ତାରେ ୧୦ ମିଟର ମାଟି ପକାଇଥିବା ସ୍ଥଳେ ଡମ୍ବସିଲାଟ ପରେ ରାସ୍ତାର ପରିଧି ୬/୭ ମିଟର ରହିବା । ପୋଲ ନିର୍ମାଣରେ କମ୍ ସିମେଣ୍ଟ ଓ ଅଧିକ ବାଲି ବ୍ୟବହାର କରି ନିମ୍ନମାନର କାମ କରାଯାଉଥିବା ଆଦି ଅନେକ ଅନିୟମିତତା ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ । ଆମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସତ୍ୟକୁ ସାମ୍ନାକୁ ଆଣିବାକୁ ପ୍ରୟାସ କରିଥିଲୁ । ଏକ ଦାଇତ୍ୱ ସଂପନ୍ନ ଗଣମାଧ୍ୟମ ଭାବେ ୨୧ ମାର୍ଚ୍ଚରେ ମଶାଣିବନ୍ଧ-ବୁଢିପଦର ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣରେ ଅନିୟମିତତା ସଂପର୍କିତ ଖବର ‘ଓଡ଼ିଆ ବାର୍ତ୍ତାରେ’ ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ସଂପୃକ୍ତ ବିଭାଗ ଓ ଠିକାଦାରଙ୍କ ନିଦ ଭାଙ୍ଗିଛି । ରାସ୍ତାର ପୋଲ ତିଆରିରେ ନିୟୋଜିତ ହୋଇଥିବା ଅପ୍ରାପ୍ତ ବୟସ୍କ ଶ୍ରମିକ ମାନଙ୍କୁ ବାଦ ଦିଆଯାଇଛି । ଶିଶୁ ଶ୍ରମିକ ମାନଙ୍କୁ ଆଉ କାମକୁ ନ ଆସିବାକୁ ଠିକାଦାରଙ୍କ ମେଟ୍ କହିଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.