ତିନୋଟି ସ୍ଥରରେ ୯ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରା଼ମପୁର ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ପକ୍ଷରୁ ରଙ୍ଗପଦର ସ୍ଥିତ ତାଲିମ କେନ୍ଦ୍ରରେ ତିନୋଟି ସ୍ତରରେ ନ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କର୍ଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗରୀ, ଏ .ପି .ଡି ବିମ୍ବାଧର ସାହୁ, ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ, ବ୍ଲକ ଅଧକ୍ଷା କୁନି ସାହୁ ଏବଂ ସେବଜଗତର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ସମସ୍ଥ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକର ୧୩୮ ଜଣ ୱାର୍ଡ ସଭ୍ୟ ସଭ୍ୟା ତାଲିମ ପାଇଥିଲେ ଏବଂ ତାଲିମଦାତା ଭାବରେ ୬ ଜଣ ପ୍ରଶିକ୍ଷକ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତ ପଞ୍ଚୟତରାଜ ର ବ୍ୟବସ୍ଥା। ସରକାରଙ୍କ ଠୁ ଆସୁଥିବା ଯୋଜନା ,ବିଭିନ ବିଭାଗର ଦାୟିତ୍ୱ, ଗ୍ରାମପଞ୍ଚୟତର ବିକାଶ କ୍ଷେତ୍ରରେ ଯୋଜନା ପ୍ରସ୍ତୁତି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭଗର କାର୍ଯ୍ୟକ୍ରମର ଭୂମିକା ଉପରେ ତାଲିମ ଦେବା ସହିତ ତିନୋଟି ୫ଟି ସ୍କୁଲ ପରିଭ୍ରମଣ କରିବା ସହିତ ରୁରାଲ ପାର୍କ ମଧ୍ୟ ପରିଭ୍ରମ କରି ତାଙ୍କର ଜ୍ଞାନ କୁ ବଢ଼ାଇ ପାରିଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମରେ ସମସ୍ଥ ସଭ୍ୟ ସଭ୍ୟା କୁଂ ତାଲିମର ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସେବଜଗତ ର ସମ୍ପାଦକ ସତ୍ୟାନାରାୟଣ ପଟ୍ଟନାୟକ ପରିଚାଳନା କରିବା ବେଳେ ସାଥି ଯାଜ୍ଞସେନୀ ଭୋଇ ,ସୁନିତା ତାଣ୍ଡି,କୌରବ ସାହୁ ଏବଂ ସାରଦା ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.