ବେଦୀକୁ ଯିବା ପୂର୍ବରୁ ଟଳିପଡ଼ିଲା କନ୍ୟା, ସେହି ବେଦୀରେ ବାହାହେଲା କନ୍ୟାର ସାନ ଭଉଣୀ

ବାଜୁଥିଲା ଶାହାନାଇ। ଚାଲିଥିଲା ବାହାଘର। ହେଲେ ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଜୂଇ। ବାହା ବେଦୀକୁ ଯିବାପୂର୍ବରୁ ଟଳି ପଡ଼ିଥିଲେ କନ୍ୟା। ହଠାତ୍ ବିବାହ ଗୀତ ବାଜୁଥିବା ଘରେ ଶୋକର ଛାୟା ଖେଳିଯାଇଥିଲା। ଏଭଳି ହୃଦୟ ବିଦାରକ ଘଟଣା ଗୁଜୁରାଟର ଭାବନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ମୃତ୍ୟୁ କେତେବେଳେ ଆସି ପହଞ୍ଚେ ତାହା କାହାକୁ ଜଣାନଥାଏ। ଭାବନଗରର ସୁଭାଷ ନଗର ଅଞ୍ଚଳର ବାସିନ୍ଦା ଜିନ୍ନାଭାଇ ଭାକାଭାଇ ରାଠୋରଙ୍କ ଘରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଘରର ପରିବେଶ ଅନୁକୂଳ ଥିଲା।  ଜିନ୍ନାଭାଇ ରାଠୋରଙ୍କ ଝିଅ ହେତଲଙ୍କ ବିବାହ ନାରୀ ଗାଁର ରାଣଭାଇ ଭୁଟାଭାଇ ଆଲଗୋଟାରଙ୍କ ପୁଅ ବିଶାଲଙ୍କ ସହ ସ୍ଥିର ହୋଇଥିଲା। ହେଲେ ଭଗବାନଙ୍କ ଇଚ୍ଛା କିଛି ଭିନ୍ନ ଥିଲା। ବିବାହ ପୂର୍ବରୁ, ହେତଲଙ୍କ ମୁଣ୍ଡ ବୁଲାଇଥିଲା। ପରେ ସେ ତଳେ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ହେଲେ ହେତଲଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ଡାକ୍ତର। ଆଉ ସଙ୍ଗେ ସଙ୍ଗେ ବିବାହ ଗୀତ ବାଜୁଥିବା ଘରେ ଶୋକର ଛାୟା ଖେଳିଯାଇଥିଲା। ଏହି ପରିସ୍ଥିତିରେ ପରିବାରର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସେପଟେ ବିବାହ କରିବାକୁ ବର ଆସି ଠିଆ ହୋଇଥିଲା। ଏଭଳି ପରିସ୍ଥିତିରେ ପରିବାର ଦୁଃଖରେ ଭାଙ୍ଗିପଡିଥିବା ବେଳେ ସାନ ଝିଅ ସହ ବରକୁ ବିବାହ ଦେବା ପାଇଁ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ପ୍ରସ୍ତାବ ଦେଇଥିଲେ। ପରେ ମୃତକଙ୍କ ସାନ ଭଉଣୀଙ୍କ ସହ ବରର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସମସ୍ତେ। ଫଳରେ ସାନ ଝିଅ ସହ ବିବାହ ଅନୁଷ୍ଠିତ ହୋଇଥିଲା। ଭାବନଗରର କର୍ପୋରେଟର ତଥା ମାଲଦ୍ୱାର ସମାଜର ନେତା ଲକ୍ଷ୍ମଣଭାଇ ରାଠୋର କହିଛନ୍ତି ଯେ, ଘଟିଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଝିଅର ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ବଡ଼ ଝିଅକୁ ହରାଇଥିବା ପିତାମାତା ସାନ ଝିଅକୁ ବର ସହ ବିବାହ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.