କବିତା : ଗ୍ରୀଷ୍ମର କବିତା

ରାସ୍ତା ଓଗାଳୁଛି ଖରା
ଭୟତ୍ରସ୍ତ ମଣିଷ ବିଚରା
ପେଟ ପାଟଣା ପାଇଁ ତ ଯିବାକୁ ପଡିବ
ଯଦିଚ ମହାବଳ ବି ଓଗାଳେ ରାସ୍ତା ।
ସ୍ବେଦ ସରସର ଦେହ
ଶୁଷ୍କ ଓଠ , ଶୁଷ୍କ ଦେହ
ଆଖି ନାକ ଓଠ ଦେଇ
ପଶିଯାଏ ଉତପ୍ତ ଜହର
ଦେହଭିତରେ ଅପ୍ରଶମିତ
ଦହନର ଜ୍ବାଳା ।

ପିଚୁରାସ୍ତା ପାଲଟିଛି
ଡହ ଡହ ନିଆଁର ଉଭେଁଇ
ପାଦ ଦେବାକୁ ଭୟ ଲାଗେ
ମିଳେନାହିଁ ଗଛଛାୟା ଟିକେ
ପ୍ରାଣ କହେ ତ୍ରାହି ତ୍ରାହି ।

ଲାଗେ, ଏଇଠାରେ ହିଁ ଜୀବନ
ନିଶେଷ ହୋଇଯିବ ବୋଧେ!

 

ଜ୍ୟୋତିର୍ମୟୀ ମହାନ୍ତି

ବିଜୁନଗର, ଝାରସୁଗୁଡା

 

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.