ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ନୂଆ -ଓ’ ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ନୂଆ- ଓ ଉତ୍ସବ ଅନୁଷ୍ଠିତ ହୋଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳିକେଶ ନାରାୟଣ ସିଂଦେଓ ପିଲାଙ୍କ ଯୋଗଦାନ ସମାଜର ଉନ୍ନତିରେ ସହାୟକ ହେବ ସହ ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ କ୍ରୀଡ଼ା ସହାୟକ ହୋଇ ଥାଏ ବୋଲି ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷ ଲିକା ସାହୁ ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ପାଇଁ ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ପ୍ରକାର ସୁବିଧାର ଉଚିତ୍ ଲାଭ ନେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପୁଇତଲା ସରପଞ୍ଚ  ଦେବକୀ ସେଠ୍ ପିଲାଙ୍କ ସାମଗ୍ରିକ ଉନ୍ନତି ପାଇଁ ଶିକ୍ଷାକୁ ଗୁରୁତ୍ବ ଦେବାକୁ କହିଥିଲେ। ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ରାଜନୀତି ବିଜ୍ଞାନ ପ୍ରାକ୍ତନ ପ୍ରାଧ୍ୟାପକ ଡ଼. ସୁଧାଂଶୁ ଶେଖର ପଟ୍ଟନାୟକ ଯୋଗଦେଇ କଲେଜର ସ୍ମୃତି ଚାରଣ କରି ଛାତ୍ରଛାତ୍ରୀମାନେ ଭାରତୀୟ ସଂସ୍କୃତିର ମୂଲ୍ୟାଙ୍କନ କରିବା ସଙ୍ଗେ ସଙ୍ଗେ ଉଚିତ୍ ସମ୍ମାନ ଦେବାପାଇଁ ପରାମର୍ଶ ଦେଇଥିଲେ, ତା ସହିତ ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧାନୁସରଣ ନ କରି  ଭାରତୀୟ ଜ୍ଞାନରେ ଗରୀୟାନ ହେବା ସହ ଶୃଙ୍ଖଳିତ ଓ ଆଦର୍ଶ ମଣିଷ ହେବାକୁ କହିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ସଭାରେ ସଭାପତତ୍ବ କରିଥିବାବେଳେ ଡ଼. ଆମୃତ୍ ସିଂ ବରିହା ଅତିଥି ପରିଚୟ ପ୍ରଦାନ କରିଥିଲେ। ନୂଆ -ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ. କୌତୁକ ପନ୍ଦର ସମ୍ୟକ୍ ବିବରଣ ପଠନ କରିଥିଲେ। ଏହି କ୍ରମରେ ଦୀର୍ଘ ତିନି ସପ୍ତାହ ବ୍ୟାପି ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ସବୁ ବିତରଣ କରାଯାଇଥିଲା। ଶେଷରେ ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପକ ଡ଼ ଅଶୋକ କୁମାର ମହାରଣା ପୁରସ୍କାର ବିତରଣ ପର୍ଯ୍ୟାୟ ପରିଚାଳନା କରିଥିଲେ। ପ୍ରାଧ୍ୟାପକ ପୀତବାସ ଭୋଇ, ଡ଼. ରମଣୀ ନାଏକ, ଡ଼. ମଧୁସ୍ମିତା ମିଶ୍ର,ବନ୍ଦନା ବାର୍, ସିରିଶା ପତି, ଅଞ୍ଜଳି ସିଂ, ଅମୃତା ମହାପାତ୍ର, ସମୀକ୍ଷା ପ୍ରଧାନ, ରିଚା ବିଶ୍ଵାଳ, ଇଶ୍ୱରୀ ଇପ୍ସିତା, କ୍ଷୀରୋଦିନୀ ଭୁଏ, ଅମିତୋଷ ତ୍ରିପାଠୀ, କମଳାକାନ୍ତ କରାଳି, ରାମ ଶଙ୍କର ମେହେର, ମଳୟ କଅଁର, ଶେଖର ରାୟ, ପୁରୁଷୋତ୍ତମ କିସାନ, ଭବାନୀଶଙ୍କର ପଟେଲ, ସତ୍ୟପୀର ପ୍ରସାଦ ସାହୁ,ସରୋଜ ସାହୁ, କେଶବ ସାହୁ, ସୁରେନ୍ଦ୍ର ଘିଭେଳା, ଛାତ୍ର- ରୋସନ, ଦିବ୍ୟରଞ୍ଜନ, ସୌମ୍ୟ, ରୀମା ପଣ୍ଡା, ଗାର୍ଗୀ ଗିରିଜା, ଇପଶିତା ସାହାଯ୍ୟ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.