ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବିବିନା ପଞ୍ଚାୟତ ଜାମପଦର ଗାଁରେ ଗତ ୨୫ ତାରିଖ ଦିନ ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ଏହି ଘଟଣାକୁ ନେଇ ଶୁକ୍ରବାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପିର ଏକ ପ୍ରତିନିଧି ଦଳ ସର୍ବେଶ୍ୱର ମହାପାତ୍ରଙ୍କ ନେତୃତ୍ୱରେ ମୃତକଙ୍କ ପରିବାର ପାଖରେ ସମବେଦନା ଜଣାଇଥିଲେ।

Omkar Vasthu
Omkar Vasthu

ମୃତ୍ୟୁବରଣ କରିଥିବା ଶିଶୁମାନଙ୍କ ବାପା ବିକାଶ ସାଗର ଓ ତାଙ୍କ ପତ୍ନୀଙ୍କୁ ଭେଟି ବିଜେପିର ପ୍ରତିନିଧି ଦଳ କହିଛନ୍ତି – ପୁଅ ଝିଅ ଦୁହିଁଙ୍କ ଅକାଳ ବିୟୋଗ ଘଟଣାକୁ ନେଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଦୁଃଖ ପ୍ରକାଶ କରିଛନ୍ତି। ସେ ବିଧାନସଭା ଚାଲିଥିବା ଯୋଗୁଁ ଗାଁକୁ ଆସି ପାରିଲେ ନାହିଁ। ତେଣୁ ତାଙ୍କ ଶୁଦ୍ଧକ୍ରିୟା ସମୟରେ ଆସିବେ ବୋଲି ପରିବାରବର୍ଗଙ୍କୁ ପ୍ରତିନିଧି ଦଳ କରିଥିଲେ। ଏଥିରେ ବିଜେପି ନେତା ପ୍ରକାଶ ସାହୁ, ପ୍ରେମାନନ୍ଦ ସ୍ୱାଇଁ, ରାଜ କୁମାର ଦୀପ, ପୁରୁଷୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.