କାଳୀକୃଷ୍ଣ ସଂଘ ପକ୍ଷରୁ ସଂକଳ୍ପ ଦିବସ-୨୦୨୬ ପାଳନ

ପରିବେଶ ସୁରକ୍ଷା, ନିଶାମୁକ୍ତ ସମାଜ ସମସ୍ତଙ୍କ ଲକ୍ଷ୍ୟ ହେଉ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କାଳୀକୃଷ୍ଣ ସଂଘର ସଂକଳ୍ପ ଦିବସ-୨୦୨୬ ଜୟପାଟଣା ବ୍ଳକ, ଉଛଳା ପଞ୍ଚାୟତ ଅନ୍ତର୍ଗତ ଖଏରଭାଡି ଠାରେ ପାଳିତ ହୋଇଯାଇଛି। କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସତ୍ୟାନନ୍ଦ ସରସ୍ଵତୀ ମହାରାଜ ତାଙ୍କ ଉଦ୍ଧିପିକାରେ କହିଛନ୍ତି- “ନିଶାମୁକ୍ତ ଜୀବନ ଦୁଃଖ ମୁକ୍ତ ଜୀବନ”। ଏହି ଉକ୍ତି ତଥା ପ୍ରାକୃତିକ ବିପର୍ଯ୍ୟୟରୁ ମୁକାବିଲା ପାଇଁ ମହାଯଜ୍ଞ ଆୟୋଜନ, ବ୍ୟାପକ ସଂଖ୍ୟାରେ ବୃକ୍ଷରୋପଣ କରି ପର୍ଯ୍ୟାବରଣର ସନ୍ତୁଳନ ରଖିବାକୁ ପ୍ରେରଣା ଦେଇଛନ୍ତି। ଶ୍ରୀଗୁରୁଙ୍କର ଏହି ମାନବୀୟ ମୂଲ୍ୟବୋଧର ସୁରକ୍ଷା ନିମନ୍ତେ ପ୍ରତିବର୍ଷ ଜାନୁଆରୀ ପହିଲାକୁ ସଂକଳ୍ପ ଦିବସ ଭାବରେ କାଳୀକୃଷ୍ଣ ସଂଘ ପାଳନ କରି ବିଭିନ୍ନ ପ୍ରକାରର ସଚେତନତା ଉଦ୍ଦେଶ୍ୟରେ ସଂକଳ୍ପ କରି ବର୍ଷ ତମାମ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥାଏ। ନିଶା ମୁକ୍ତ ବ୍ୟକ୍ତି ପରିବାର ଓ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ପ୍ରକୃତିର ସୁରକ୍ଷା ଓ ଆଧ୍ୟାତ୍ମିକତା ଦିଏ ଶୃଙ୍ଖଳା ସହ ନିଶାମୁକ୍ତ ହେବା ପାଇଁ ଦୃଢ ସଂକଳ୍ପ। ତେଣୁ ବୃକ୍ଷ ରୋପଣ, ନିଶାମୁକ୍ତ ଓ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହେବାକୁ ଯୁବପିଢୀକୁ କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ପ୍ରବଚନ ମାଧ୍ୟମରେ ଆହ୍ବାନ ଦେଇଥିଲେ। ଏହି ଅବସରରେ  ଶ୍ରୀ ଜଗଦାନନ୍ଦଜୀ ବୃକ୍ଷ ରୋପଣ କରିବା ସହିତ ବିଶ୍ବ ଶାନ୍ତି, ପରିବାର କଲ୍ୟାଣ ଓ ଆଧ୍ୟାତ୍ମିକ ଆନନ୍ଦ ନିମନ୍ତେ ଆୟୋଜିତ ୧୦୦୮ ଦୀପ ଯଜ୍ଞ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ସଂକଳ୍ପ ଦିବସ ସଭାରେ କାଳୀକୃଷ୍ଣ ସଂଘ ପ୍ରମୁଖ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ, ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀଙ୍କ ଆତ୍ମଜ ଅଥର୍ବ ବାବା ମଞ୍ଚାସୀନ ଥିଲେ। କାଳୀକୃଷ୍ଣ ସଂଘର ୪୩ତମ ବାର୍ଷିକ ଉତ୍ସବ ତଥା ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ, ଜୁନାଗଡ ବ୍ଲକ କଳାହାଣ୍ଡି ଜିଲ୍ଲାର ନକଟିଗୁଡା ଠାରେ ମାର୍ଚ୍ଚ ୧୭ରୁ ୨୦ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବ। କାର୍ଯ୍ୟକ୍ରମ ପରିଚାଳନାରେ ସଂଘୀୟ ପୁସ୍ତାକାଚର୍ଯ୍ୟ ଅଭୟନାନ୍ଦ, ଶ୍ରୀ କ୍ରିୟାନନ୍ଦ, ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ମାଧବାନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ, ଲକ୍ଷ୍ମୀକାନ୍ତ ଖମାରୀ, ଜିତେନ୍ଦ୍ର କୁମାର ପଣ୍ଡା, ତନୁକଲାଲ ନାଗ, ନବୀନ ରାଉତ, କାଳୀକୃଷ୍ଣ ବାହିନୀ, ପ୍ରଜ୍ଞା ବାହିନୀ, ମିଡିଆ ସେଲ ସହଯୋଗ କରିଥିବାବେଳେ ଖଏରଭାଡି ଶାଖା ସଂଘର ସଭାପତି ଛବିଲାଲ ରାଉତ, ସଂପାଦକ ଜଗନ୍ନାଥ ରାଉତ ସମେତ ଶାଖା ସଂଘ ର ଶିଷ୍ୟ ଶିଷ୍ୟା ଓ ଖଏରଭାଡି ଗ୍ରାମବାସୀ କାର୍ଯ୍ୟକ୍ରମ ଆୟୋଜନରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାରୁ କାଳୀକୃଷ୍ଣ ଶାଖା ସଂଘର ସଭାପତି, ସଂପାଦକ ସମେତ ଭାଇ, ଭଉଣୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.