ତୁର୍କେଲ ବ୍ରିଜ୍ ରେ ମର୍ମନ୍ତୁଦ ସଡକ ଦୂର୍ଘଟଣା : ୨ ମୃତ

କଳାହାଣ୍ଡି/ବଲାଙ୍ଗିର,୧୫/୭ : କଳାହାଣ୍ଡି ଜାତୀୟ ରାଜପଥ ୧୬ ତୁର୍କେଲ ବ୍ରିଜ୍ ରେ ଆଜି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଭାଲୁମୁଣ୍ଡା ଗାଁର ଅନିରୁଦ୍ଧ ମେହେର (୪୦) ଓ ତୁରେକେଲା ଗାଁର ମଦନ ବେହେରା (୪୫) । ଏମାନେ ବାଇକ ଯୋଗେ ଭାବନିପାଟଣା କୁ ଯାଉ ଥିବା ବେଳେ ତୁର୍କେଲ ବ୍ରିଜ ପାଖରେ ପଛପଟୁ ଏକ ଟ୍ରକ ଏମାନଙ୍କୁ ଧକ୍କା ଦେଇଥିଲା । ମଦନ ବେହେରା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ଅନିରୁଦ୍ଧଙ୍କ ଦୁଇ ଗୋଡ ଛିଣ୍ଡିଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଭବାନିପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ସେ ନିଜ ଝିଅ ପାଇଁ କିଛି ଜିନିଷ ପତ୍ର ନେଇ ଯାଉଥିବା ବେଳେ ଏହି ର୍ଦୂଘଟଣା ଘଟିଥିଲା ।ଅନିରୁଦ୍ଧ ମେହେର ଭାଲୁମୁଣ୍ଡା ସମବାୟ ସମିତିର ସଭାପତି ଥିଲେ, ତାଙ୍କର ମୃତ୍ୟୁ ରେ ଭାଲୁମୁଣ୍ଡା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।

 

ପଶ୍ଚିମ ଓଡିଶା ବ୍ୟୁରୋ ରାମ ନାରାୟଣ ବାଗଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.