ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ପୋଲିସ ପକ୍ଷରୁ ୩୦ ଲିଟର ଦେଶୀ ମଦ ଓ ଗୋଟିଏ ମଟରସାଇକେଲ ଜବତ ହେବା ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସିଉନି ଗ୍ରାମର ପ୍ରମୋଦ ମାଝୀ (୪୦)। ସୂଚନାଯୋଗ୍ୟ, ପ୍ରମୋଦ ଆମପାଣି ପଟୁ ଏକ ମୋଟରସାଇକେଲ ଯୋଗେ ମଦ ନେଇ ଆସୁଥିବା ବେଳେ ଅବକାରୀ ପୋଲିସ ସିଉନୀ ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଚଢ଼ାଉ କରି ତାଙ୍କୁ ଧରିଥିଲା। ତାଙ୍କ ପାଖରୁ ୩୦ ଲିଟର ଦେଶୀ ମଦ ସହ ମୋଟରସାଇକେଲ ଜବତ କରାଯାଇଛି। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ କୋକସରା ଅବକାରୀ ଓଆଇସି ଗୁପ୍ତେଶ୍ୱର ପୁଟେଲ ସୂଚନା ଦେଇଛନ୍ତି।





