ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଉସୀ ଘରେ ନବଦିନ ରହି ଶ୍ରୀ ମନ୍ଦିରକୁ ବାହୁଡିଛନ୍ତି ମହାବାହୁ। ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଗରୁଡ ଓ ସୁଦର୍ଶନ ଙ୍କୁ ନେଇ ମାଉସୀ ଘରୁ ବାହୁଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ରେ ଆନନ୍ଦ ଉହ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଛି ବାହୁଡ଼ା ଯାତ୍ରା। ଅଶ୍ରୁଳ ନୟନରେ ବିଦାୟ ଦେଇଛନ୍ତି ମଉସା ମାଉସୀ। ଶୁକ୍ରବାର ସକାଳୁ ଠାକୁର ମାନଙ୍କ ରୀତି ନୀତି ସମ୍ପନ୍ନ ହୋଇଥିଲା। ସକାଳୁ ବାଳ ଭୋଗ ଲାଗି ହୋଇଥିଲା। ମଧ୍ୟାହ୍ନ ଗୋଟାଏ ବେଳେ ଠାକୁର ମାନଙ୍କୁ ଅନ୍ନ ଭୋଗ ଲାଗିବା ପରେ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ଭୋଗ ର ବ୍ୟବସ୍ଥା କରିଥିଲେ ମାଉସୀ ଘରେ। ଅପରାହ୍ନ ଭୋଗ ଲାଗି ହେବା ପରେ ଠାକୁର ମାନେ ଧାଡି ପହଣ୍ଡିରେ ରଥ ରଖାଯାଇଥିବା ନବୋଦୟ ଛକ ଯାଏଁ ଯାଇଥିଲେ। ନର୍ଲାର ବରିଷ୍ଠ ନାଗରିକ ଜଗନ୍ନାଥ ପ୍ରେମୀ ଚନ୍ଦ୍ର ଶେଖର ପୂଝାରୀ ଓ ଚୁଳମଣି ଗଉଡିଆ ଛେରା ପହରା କରିଥିଲେ। ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ବିଦ୍ୟାଧର ପତି ଗରୁଡ ବିଗ୍ରହକୁ ଧରିଥିଲେ। ମଧୁସୂଦନ ପାଢ଼ୀ, ମନ୍ମୟ ଚାନ୍ଦ, ସୁଜିତ ଚାନ୍ଦ, ପ୍ରଭୋବ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁବୋଧ ମିଶ୍ର, ଲଣ୍ଡା ଚାନ୍ଦ, ସୁଧର୍ମା ପଣ୍ଡା, ନାରାୟଣ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପଦ୍ମନାଭ ପଣ୍ଡା, ଅମନ ଅଗ୍ରୱାଲା, ଜିତୁ ପଧାନ, ଗୌତମ ଚିନ୍ଦା, ଶମ୍ଭୁ ଜଡା ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ। ପ୍ରଭୁଙ୍କ ଆସନ ପରିପାଟି କଥା କେତକୀ ଜଡା, ଖୁସବୁ ଗୌଡିଆ, ବନିତା ମିଶ୍ର, ମମତା ପଣ୍ତା, ପଦ୍ମିନୀ ପଣ୍ତା, ସୁନୀତା ମିଶ୍ର, ସୁନୀତା ଗୋଉଡ଼ିଆ, ସଙ୍ଗୀତା ବେହେରା, ସୁନୀତା ନାଏକ ପ୍ରମୁଖ ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ବିମଲ କୁମାର କେଡିଆ, ମହେନ୍ଦ୍ର ଗଉଡ଼, ଗୌତ୍ତମ ଚିନ୍ଦା ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ। ରଥ ଚାରିପାଖେ ପହଣ୍ଡି କରିବା ପରେ ପୁଣି ଠାକୁର ମାନଙ୍କୁ ଭୋଗ ଲାଗି ହୋଇଥିଲା। ଏହାପରେ ଠାକୁର ମାନେ ରଥାରୁଢ଼ ହୋଇଥିଲେ। ସନ୍ଧ୍ୟା ୬.୩୦ ରେ ରଥ ଟଣା ଅନୁଷ୍ଠିତ ହୋଇଥିଲା।ପାଗ ଭଲ ରହିଥିବାରୁ ବାହୁଡା ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନେ ଅନେକ ଉତ୍ସାହ ରେ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା।ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ମଧୁ ପାଢ଼ୀ, ମନ୍ମୟ ଚାନ୍ଦ, ସଞ୍ଜୟ ପଣ୍ଡା, ପ୍ରଭୋବ ଚାନ୍ଦ, ନିଖିଲ ଚାନ୍ଦ, ଜିତୁ ଚାନ୍ଦ ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ।କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଉସା ଅବସରପ୍ରାପ୍ତ ବିଚାରପତି ବିମଳ ଚାନ୍ଦ ଓ ମାଉସୀ ଅନୁପମା ଚାନ୍ଦ, ମଉସା ମାଉସୀଙ୍କ ପରିବାର ତରଫରୁ ଚନ୍ଦ୍ର ଶେଖର ଚାନ୍ଦ, ଶ୍ରଦ୍ଧାଞ୍ଜଳି ଚାନ୍ଦ, ସଞ୍ଜୀବ କୁମାର ଚାନ୍ଦ, ବୀରେନ୍ଦ୍ର ଚାନ୍ଦ, ସୁକାନ୍ତ ଚାନ୍ଦ ଦମ୍ପତି ଉପସ୍ଥିତ ରହି ଠାକୁର ମାନଙ୍କୁ ଭୋଗରାଗ ଦେଇ, ବନ୍ଦା ପନା କରି ବିଦାୟ ଦେଇଥିଲେ। ଠାକୁର ମାନେ ରଥରୁ ଉହ୍ଲାଇ ନାହାନ୍ତି। ସକାଳେ ରଥ ଉପରେ ହିଁ ସୁନାବେଶ ହେବ ବୋଲି ସୂଚନା ମିଳିଛି। ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ବୁଢ଼ୀପଦର ଦେବଗିରି ମଠ, ଲାଖଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ, ପଲମ୍, ଉଲିକୁପା ଏସବୁ ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଯାଇଛି। ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଶୃଙ୍ଖଳା ବଜାୟ ରଖିଥିଲେ। ନର୍ଲା ପୋଲିସ, ଅଗ୍ନିଶମ ବାହିନୀ, ବିଦ୍ୟୁତ ବିଭାଗ, ନର୍ଲା ର ଯୁବ ପିଢୀ, ଘଣ୍ଟ ଦଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।





