ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ପ୍ରସିଦ୍ଧ କଥାବାଚକ ଆଶିର୍ବାଦଜୀ ମହାରାଜ ଶନିବାର ନର୍ଲା ବ୍ଳକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ଦେବଗିରି ମଠ ପରିଦର୍ଶନ କରିଥିଲେ। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର କିର୍ତ୍ତି ବହନ କରୁଥିବା ଦେବଗିରିର ପ୍ରାଚୀନ ଅବଶେଷ ଓ ମଠର ଶୃଙ୍ଖଳିତ ନିତିକାନ୍ତି ଦେଖି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟମାନେ ମହାରାଜଙ୍କୁ ଦଧିବାମନଜୀଉ ମନ୍ଦିର ଗୁମ୍ଫା ମଧ୍ୟସ୍ଥ ମହାଦେବ, ଚଣ୍ଡୀ, କାର୍ତ୍ତିକେୟ, ଗଣପତି, ଶନି ଦେବ, ଯୋଗିନୀ ଆଦି ଦେବାଦେବୀଙ୍କ ଦର୍ଶନ କରାଇବା ସହ ଗୁପ୍ତ ସୁଡ଼ଙ୍ଗ ପଥ, ପ୍ରାଚୀନ ଭଣ୍ଡାର, ଦେବ ମଣ୍ଡପ ଆଦି ବୁଲାଇ ଦେଖାଇଥିଲେ। ମହାରାଜଙ୍କ ଏହି ପରିଦର୍ଶନ ସମୟରେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ମୁଖ୍ୟ ଉଦ୍ୟୋକ୍ତା ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନିଲ କୁମାର ଅଗ୍ରୱାଲ, ପଣ୍ଡିତ ନୟନ ପଣ୍ଡା, ମଠର ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ସାନ ଗୌନ୍ତିଆ କାନ୍ତ ମାଝୀ, ଟ୍ରଷ୍ଟ ବୋର୍ଡ ସଦସ୍ୟ ବିଷ୍ଣୁ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ବିଜୟ ଧଙ୍ଗଡାମାଝୀ, ଶତ୍ରୁଘନ ଧଙ୍ଗଡାମାଝୀ, ପୁରାଣ ପାଠକ ପୂର୍ବା ଗଉଡ ପ୍ରମୁଖ ଉପସ୍ଥିତ ଥିଲେ।





