ନର୍ଲା ବ୍ଲକଠାରେ ଜଙ୍ଗଲ ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ଜଗତ ଓ ନର୍ଲା ବ୍ଳକ୍ ପ୍ରଶାସନଙ୍କ ସହଯୋଗରେ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଳକ୍ ସ୍ତରୀୟ ଜଙ୍ଗଲ ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନର୍ଲା ବିଡିଓ ବିପିନ ବିହାରୀ ଦୀପ,  ଡି.ଇ.ଓ. ଜନମଙ୍ଗଳ ବିଭାଗ ପ୍ରକାଶ ଚନ୍ଦ୍ର ଭୋଇ, ସେବାଜଗତ ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ଓ ନର୍ଲା ବ୍ଳକ୍ ବିଭିନ୍ନ ପଞ୍ଚାୟତର ଜଙ୍ଗଲ ଅଧିକାର କମିଟି ଓ ଜଙ୍ଗଲ ପରିଚାଳନା କମିଟିର ସଭାପତି, ସମ୍ପାଦକ ମାନେ ଉପସ୍ଥିତ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧ ଳରେ ଥିବା ସମସ୍ୟା ଗୁଡ଼ିକ ସମାଧାନ କରିବା ସହିତ ସମସ୍ତ ପ୍ରକାର ସହାୟତା କରିବ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସତ୍ୟ ନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଓ ଗୋଷ୍ଠୀ ଜଙ୍ଗଲ ପରିଚାଳନା ଉପରେ କହିଥିଲେ। ଟଙ୍କଧର ବଗର୍ତ୍ତୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅମିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରବୀଣ ଦିଗାଲ ଓ ଦିଲିପ ଗଡତିଆ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.