ଲାଞ୍ଜିଗଡ,୨୧/୨ : ଲାଞ୍ଜିଗଡରୁ କଟକ ଯାଉଥିବା ନାଇଟ କୋଚ୍ ସାରଳା ବସ (OD 02 BB 6199) କେନ୍ଦୁଘାଟି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତିଦିନ ପରି ଆଜି ମଧ୍ୟ ଏହି ବସ୍ କଟକ ଯାଉଥିବା ସମୟରେ ମ.ରାମପୁର ନିକଟ କେନ୍ଦୁଘାଟି ଠାରେ ରାତି ପ୍ରାୟ ୮.୧୦ରେ ଓଲଟି ପଡିଥିଲା । ଏଥିରେ ୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ମ.ରାମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏହା ଦୁର୍ଘଟଣାଗ୍ରସ୍ତ ହେଲା, ତାହା ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି ।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ