
ସସ୍ମିତା ମହାପାତ୍ର
ମୁଁ ଜାଣେ ଆଜିକାଲି
ତୁମର କଣ ହେଇଛିକେଜାଣି
କଥା କଥାକେ
ରାଗ, ଭାରି ଅଭିମାନ
କିଛି ନା କିଛି ଆକ୍ଷେପ
ସତରେ କଣ ମୁଁ ବଦଳି ଯାଇଛି…
ତମେ କଣ ବୁଝନା ଯେ
ତୁମଠୁ ଅଧିକ ଏବେ ମୋପାଇଁ
ମୋ ତେଲ ଲୁଣର ସଂସାର
ନିତି ଦିନିଆ ଘର ଜଂଜାଳ
ସାତ ସମୁଦ୍ରର ଜଳରାଶି ଠୁ
କେତେ ଯେ ଅଧିକ ସଂସାରର ବୋଝ
ସେ କଥା ବୁଝିଲା ବେଳକୁ
ନାହିଁ ନାହିଁ ବୋଲି
ଫିକା ପଡିଯାଏ ଜୀବନ
ଆଉ କେଉଁଠୁ ଆଣିବି କୁହ
ତୁମ ପାଇଁ ଗୋଟେ
ଅଲଗା ପ୍ରେମିକା ପଣ
ତୁମେ କଣ ଜାଣନା
ପ୍ରେମିକା ରୁ ପତ୍ନୀ ହେବା
ଯେତେ ସହଜ
ଜାଣିଛ, ତାଠୁଅଧିକ ଜଟିଳ କିନ୍ତୁ
ପତ୍ନୀ ରୂ ପ୍ରେମିକା ହେବା…. ।
ବଲାଙ୍ଗିର
_________________________________________
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ