କବିତା : ତମେ ଥିଲେ…

Omkar Vasthu
Omkar Vasthu

ଭାଗୀରଥି ସାଗର

ଉତ୍-ପ୍ରେରିତ ମୁଁ
ତମ ଦିଶାରେ ।
ଉପେକ୍ଷା କରେନା
ଦେଖିବାକୁ ତମ
ଉଆଁଇ ଥିବା ସୁରୁଜଙ୍କୁ ।
ଉଆଁସ ରାତିର ଅନ୍ଧାର
ଭିତରେ ଉବୁଟୁବୁ ନ ହେଇ
ଉଭା ହେଇଛି ତମର ଆଲୋକ
ବର୍ତିକାକୁ ଅନୁସରଣ କରି ।
ଭାବାର୍ଥ, ଭାବନାରେ ମନକୁ
କରିଛି ଶୃଙ୍ଖଳିତ ।
ନିରବତା ସାଧନାରେ
ସଜ୍ଵିତ ମୋ କଳେବର
ଏକାଗ୍ରତାରେ ବଳିଛି
ମସ୍ତିଷ୍କ । ସଦା ରହେ
ସେଇଥି ପାଇଁ ତ
ଗୋଟିଏ ନିଆରା
ହେଇ । ଭିଡ଼ରୁ ଅଛି
ସ୍ୱତନ୍ତ୍ର । ନିଆରର କରାମତି ଠିକ
ବାରି ହେଇ ପଡେ ପ୍ରଭୂ ।
ଡାକିଲେ ହିଁ ତମକୁ ।
ତମେ ମୋ ଜାଗରିତ ତନୁଠି,
ତମେ ମୋ ଅବଚେତନ ମନେ ।।
ମତେ ସଠିକତା ଶିଖାଇଛ ତମେ,
ମୁଁ ନିର୍ଭୀକତା ସାଜିଛି ତମ ପାଇଁ ।
ତମକୁ ଯିଏ ଜାଣିଛି, ପାଇଛି, ସେ
ଆଉ କଣ ବା ଖୋଜିବ ଅଧିକ ?
ପାଇଲେ ତମକୁ ସବୁତ ମିଳେ,
ପଦପଦବୀ, ଦେଉଳତ, କୋଠାବାଡ଼ି, ସୁଗମପଥ,
ମାନସଂମ୍ମାନ, ଶ୍ରେଷ୍ଠ ଜୀବନସାଥୀ, ଜ୍ଞାନ, ସ୍ନେହ, ମମତା, ଆଦର, ସନ୍ତାନ
ସନ୍ତତି । ପରିଭ୍ରମଣ, ବ୍ୟକ୍ତି ବିଶେଷ,
ସଭା ସମିତି ।। ବାସ । ହାତ ଧରି ତମ
ଚାଲୁଥିବି ଯେତେ ଦିନ ରହିବି ଏ
ଵ୍ରହ୍ମଣ୍ଡେ ।।
ତମେ ଥିଲେ ପହରେ ମହୋଦଧି
ତୀରେ, ଅବା ଭକ୍ଷ୍ୟେ ବାବନ ଭଣ୍ଡାରୁ
ଶୁଦ୍ଧ ଅନ୍ନ, ତମେ ଥିଲେ ଯାଏ, ପ୍ୟାରିସ୍, ପୁଣି ଫେରେ ମୋ ଜନମ ମାଟିର ପବିତ୍ରତା ପାଶେ । ତୁମେ ଥିଲେ ଦେଖେ ପ୍ରକୃତିର ସୋନ୍ଦର୍ଯ୍ୟତା, ସାଉଁଟେ ଗ୍ରନ୍ଥଠୁଁ
ବହୁ ଶବ୍ଦ।। ତମେ ଥିଲେ ପାନ
କରେ ଗଙ୍ଗୋତ୍ରିର ପ୍ରଥମ ଧାର
ନୀରକୁ ।। ତମେ ଅଛ ବୋଲି ତ,
ପାଇଛି ସତ ପଥେ ଅନୁସରଣ
କରୁଥିବା ସାରସ୍ଵତ୍ ସାଧକ
ବନ୍ଧୁ ବିଷେଶଙ୍କୁ ।।

Pearl dental clinic
Near Ashish Medical Store, Bhawanipatna
ଡାଳଗୁମା ,କୋକସରା,କଳାହାଣ୍ଡି
ମୋ-93376248୯୯

_________________________________________

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.