ଉଲୁଣ୍ଡା/ବୀରମହାରାଜପୁର,୨୨/୨ : ସୁବର୍ଣ୍ଣପୁର ଜିଲ୍ଲା ମେଟାକାନୀ ରାସ୍ତାରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୁବର୍ଣ୍ଣପୁର – ସମ୍ବଲପୁର ରାଜ୍ୟ ରାଜପଥର ମେଟାକାନୀ ଛକରେ ଏକ ଟ୍ରକ ଓ ମେକ୍ସ ପିକଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ଉଲୁଣ୍ଡା ପୋଲିସ ଘଟଣାସ୍ଥଳକୁ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା । ଏଯାଏଁ ମୃତକମାନଙ୍କ ପରିଚୟ ଜଣା ପଡି ନ ଥିବା ବେଳେ ଗୁରୁତର ଆହତ ମାନଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ଏମ୍ବୁଲେନସ ଯୋଗେ ପଠାଯାଇଛି ।
ଉଲୁଣ୍ଡା ପ୍ରତିନିଧି ଶାନ୍ତୁନୁ କର୍ଣ୍ଣ ଓ ବୀରମହାରାଜପୁର ପ୍ରତିନିଧି ବିନୋଦ ପାଣ୍ଡେଙ୍କ ରିପୋର୍ଟ OdiaBarta.in
_________________________________________
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ