ଗୁରୁତ ଅବସ୍ଥାରେ କୋମନା ସି.ଏଚ.ସି.ରେ ଭର୍ତ୍ତି ହେଲେ ଆକ୍ରାନ୍ତ
ନୂଆପଡା: କୋମନା ବ୍ଲକ ପଏଁର ଗାଁରେ ଚୈତନ୍ୟ ବନଗୋଲାଙ୍କ ଦଶାହ ଭୋଜି ଖାଇ ୨୨ ଜଣ ଲୋକ ଝାଡା ବାନ୍ତିର ଶିକାର ହୋଇଛନ୍ତି। ୨୨ ଜଣଙ୍କ ମଧ୍ୟରୁ ୧୨ ଜଣ ପୁରୁଷ,୪ଜଣ ମହିଳା ଓ ୬ଜଣ ଛୋଟ ଛୁଆ ଅଛନ୍ତି।
ପ୍ରାପ୍ତ ସୂଚନା ଆଧାରରେ, ଗତକାଲି ମାଧ୍ୟାର୍ହ୍ନରେ ପଏଁର ଗାଁର ଚୈତନ୍ୟ ବନଗୋଲାଙ୍କ ଦଶାହ କାର୍ଯ୍ୟ ଥିଲା। ପଏଁର ଗାଁର ସମସ୍ତ ଲୋକ ସେଠାକୁ ଯାଇ ଥିଲେ। ତେବେ ଗାଁର ଯମୁନା ବନଗୋଲା(୩୦), ଜଗନ୍ନାଥ ବନଗୋଲା(୧୨), ଧନମତି ଵନଗୋଲା(୧୫), ରାଧିକା ଶବର(୫୫), ଲାଳମତି ବନଗୋଲା (୪୦), ଭୀମସେନ ଶବର, ମଧୁସ୍ମିତା ବନଗୋଲା(୧୨),
ଶ୍ରଦ୍ଧା ଶବର (୧୦), ଲୀଳାମ୍ବର ବନଗୋଲା(୪୬), ନୃପରାଜ ବନଗୋଲା(୧୪), ଦେବୀକା ବନଗୋଲା (୧୬), ଲାଲମଣି ବନଗୋଲା (୪୦), ସାବିତ୍ରୀ ବନଗୋଲା (୩୫), ସୌଦାଗର ବନଗୋଲା (୧୦), ପୂର୍ଣ୍ଣ ଚନ୍ଦ୍ର ବନଗୋଲା (୩୬), ତେଜରାମ ବନଗୋଲା (୨୦), ଦୟାଲାଲ ବନଗୋଲା (୩୫), ରାଧିକା ବିଶ୍ୱାଳ (୪୦), ଛତରାମ ମଲ୍ଲିକ (୪୦) ପ୍ରମୁଖ ଆଜି ସକାଳେ ଝାଡ଼ା ଵାନ୍ତି ର ଶିକାର ହୋଇ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି।
ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in