ବନ୍ଧପାରି ସ୍କୁଲ ହଷ୍ଟେଲରେ କୋଭିଡ୍ ସହାୟତା ରାଶି ହଡପ ଘଟଣା: ତଥ୍ୟ ଅନୁସନ୍ଧାନ ପାଇଁ ପହଞ୍ଚିଲେ ଦଳିତ ଓ ଆଦିବାସୀ ସଂଗଠନର କାର୍ଯ୍ୟକର୍ତ୍ତା

ଲାଞ୍ଜିଗଡ଼: ବନ୍ଧପାରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଓ କସ୍ତୁରୀବା ଗାନ୍ଧୀ ହଷ୍ଟେଲରେ ୩୧୦ ଛାତ୍ରୀଙ୍କ କୋଭିଡ୍ ସହାୟତା ରାଶି ହଡପ ହେବା ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚିତ ଖବର ପାଲଟିଛି। ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି। ଆଜି ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଓ ଆଦିବାସୀ ସଂଗଠନ ଲାଞ୍ଜିଗଡ଼ ବ୍ଲକର କର୍ମକର୍ତ୍ତାମାନେ ବନ୍ଧପାରି ଅଞ୍ଚଳର ବିଭିନ୍ନ ଗାଁକୁ ଗସ୍ତ କରିବା ସହିତ ଛାତ୍ରୀମାନଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।ଏହି ତଥ୍ୟ ଅନୁସନ୍ଧାନ କମିଟିରେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡିର ସଭାପତି ଧନଞ୍ଜୟ ଦୀପ, ସଂପାଦକ ଶ୍ରୀବତ୍ସ ତାଣ୍ଡି, ଆଦିବାସୀ ସଂଗଠନ ଲାଞ୍ଜିଗଡ଼ ବ୍ଳକର ସଭାପତି ଇଂ ଫକୀର ମୋହନ ମାଝୀ, ପ୍ରତିଷ୍ଠାତା ସଦସ୍ୟ ପ୍ରଦୀପ କୁମାର ମାଝୀ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟିର ସେ ସଭାପତି ହରିହର କୁମାର, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଦସ୍ୟ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, କ୍ଷୀରସାଗର ମହାନନ୍ଦ, ଆଦିବାସୀ ନେତା ଯୁବରାଜ ମାଝୀ ପ୍ରମୁଖ ବିଭିନ୍ନ ଗାଁ ଗସ୍ତ କରି କୋଭିଡ୍ ସହାୟତା ରାଶି ହଡ଼ପ ହୋଇଥିବା ଘଟଣାକୁ ନେଇ ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ।

Omkar Vasthu
Omkar Vasthu


ଏହାପରେ ସେମାନେ ସ୍କୁଲକୁ ଯାଇଥିବା ବେଳେ ସେଠାରେ ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ଦଳେଇଙ୍କ ଅନୁପସ୍ଥିତି ଯୋଗୁଁ ଫେରି ଆସିଥିଲେ। ଏସମ୍ପର୍କରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଓ ଆଦିବାସୀ ସଂଗଠନ ଲାଞ୍ଜିଗଡଡ ବ୍ଳକର କର୍ମକର୍ତ୍ତା ମାନେ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ଦାୟର କରିଥିବା ଜଣା ପଡ଼ିଛି। ତେବେ ବହୁ ସଂଖ୍ୟାରେ ଅନୁସୂଚିତ ଜାତି ଏବଂ ଆଦିବାସୀ ବର୍ଗର ଛାତ୍ରୀମାନଙ୍କଠାରୁ କୋଭିଡ୍ ସହାୟତା ରାଶି ହଡପ ପରେ ଏନେଇ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ଦଳେଇ ଓ ତାଙ୍କ ଶିକ୍ଷକ ସ୍ବାମୀ ସୁବାସ ଚନ୍ଦ୍ର ନାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ସଂଗଠନର କର୍ମକର୍ତ୍ତାମାନଙ୍କ ସହିତ ଅଭିଭାବକମାନେ ଦାବି କରିଛନ୍ତି।ଯଦି ଆଗାମୀ ଦିନରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ଶିକ୍ଷକ ସ୍ୱାମୀଙ୍କ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସଂଗଠନର କର୍ମକର୍ତ୍ତା, ଅଭିଭାବକ ଓ ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.