ଭୁବନେଶ୍ୱରରେ ପୁସ୍ତକମେଳା : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗରେ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଛି ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରା ଉଦ୍‌ଘାଟନ କରିଥିବା ବେଳେ ଭୁବନେଶ୍ୱର ଏମ୍‌ପି ଡ. ପ୍ରସନ୍ନ ପାଟଶାଣୀ, ସରସ୍ବତୀ ସମ୍ମାନପ୍ରାପ୍ତ ବିଶିଷ୍ଟ ଅହମିୟା ଲେଖକ ଲକ୍ଷ୍ମୀନନ୍ଦନ ବୋରା ପ୍ରମୁଖ ମଂଚାସୀନ ଥିଲେ। ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଅା ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶିକା ଡ. ତମସାରାଣୀ ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery


ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫକୀରମୋହନ ସେନାପତିଙ୍କ ରଚିତ ‘ଗଳ୍ପସ୍ବଳ୍ପ’ର ହିନ୍ଦୀ ଅନୁବାଦ ‘ଗପ୍‌ସପ୍‌’, ବାମାଚରଣ ମିତ୍ରଙ୍କ ‘ଶ୍ରେଷ୍ଠ ଗଳ୍ପ’, ବିଜୟ ନାୟକଙ୍କ ‘ଶ୍ରେଷ୍ଠ ଗଳ୍ପ’, ରଥ ନାୟକଙ୍କ ‘ଓଡ଼ିଆ କ୍ରିୟାବିଚାର’, ଭାନୁମତୀ ସାହୁଙ୍କ ଉପନ୍ୟାସ ‘ମୀରା ମାଇଁ’ ଓ ଡ. ନଳିନୀପ୍ରଭା ଦାସଙ୍କ ‘ଓଡ଼ିଆ କାବ୍ୟକବିତାରେ ନାରୀ’ ପୁସ୍ତକ ଲୋକାର୍ପିତ ହୋଇଥିଲା।


ଏହି ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ବିକ୍ରେତାଙ୍କୁ ମିଶାଇ ୩ଶହ ଷ୍ଟଲ ଖୋଲିଥିବା ବେଳେ ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ଣ ୨ରୁ ରାତି ୯ଟା ଯାଏଁ ଖୋଲା ରହିବ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.